କଂଗ୍ରେସରୁ ଲଢ଼ିବେ ସୁର ଭାଇଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ

କଂଗ୍ରେସରୁ ଲଢ଼ିବେ ସୁର ଭାଇଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ

ଆମ ଦେହରେ କଂଗ୍ରେସ ରକ୍ତ ବହୁଛି ଭଲ ନେତା ଓ ସ୍ଥାନ ଦେଖି ଲଢ଼ିବି ବୋଲି ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ସିଦ୍ଧାର୍ଥ।

ହଁ ଆଜ୍ଞା ଆମେ କହୁଛୁ କଂଗ୍ରେସ ନେତା ସୁର ରାଉତରାୟଙ୍କ ପାରିବାରିକ ରାଜନୀତିର କଥା। କିଛିଦିନର ହଟଚମଟ ପରେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ବିଧାୟକ ସୁରେଶ ରାଉତରାୟଙ୍କ ପରିବାର। ସାନ ପୁଅ ମନ୍ମଥ ରାଉତରାୟ ଆଗାମୀ ନିର୍ବାଚନ କଂଗ୍ରେସରୁ ଲଢ଼ିବେ ନାହିଁ ବୋଲି କହିବା ପରେ କଂଗ୍ରେସ ତାଙ୍କୁ ଦଳରୁ ନିଲମ୍ବନ କରିଥିଲା। ଆଉ ଏବେ ନିଜର ଭାବମୂର୍ତିକୁ ସଜାଡ଼ିବା ପାଇଁ ବିଧାୟକ ସୁରରାଉତରାୟ ନିଜ ବଡ଼ ପୁଅ ସିଦ୍ଧାର୍ଥକୁ କଂଗ୍ରେସରେ ସାମିଲ କରିଛନ୍ତି। ଖାଲି ସେତିକି ନୁହେଁ ବିଧାୟକ ସୁରେଶ ରାଉତ କହିଛନ୍ତି ଯେ ମୁଁ ମୋ ଦୁଇ ପୁଅକୁ ସଦାସର୍ବଦା ଅହରହ ଲୋକଙ୍କ ସେବା କରିବା ପାଇଁ କହିଛି। ସ୍ବାଧୀନତା ଦେଇଛି ଅନ୍ୟପଟେ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ କହିଛନ୍ତି କି ମୋ ରକ୍ତରେ କଂଗ୍ରେସ ଅଛି। ସୁଯୋଗ ମିଳିଲେ କଂଗ୍ରେସରୁ ଲଢ଼ିବି। ଉଲ୍ଲେଖ ଯେ କିଛିଦିନ ପୂର୍ବରୁ ସୁରଙ୍କ ଦୁଇ ପୁଅ ରାଜନୀତିରେ ପ୍ରବେଶ ପାଇଁ ନିଜର ଇଚ୍ଛା ଜାହିର କରିଥିଲେ। ସାନ ପୁଅ ମନ୍ମଥ ଜଟଣୀରୁ କଂଗ୍ରେସ ଟିକେଟ୍‌ରୁ ଲଢ଼ିବେ ବୋଲି ଏକପ୍ରକାର ସ୍ପଷ୍ଟ ହୋଇଥିଲା। ବଡ଼ ପୁଅ ସିଦ୍ଧାର୍ଥ ନିର୍ବାଚନ ଲଢ଼ିବେ ବୋଲି କହିଥିଲେ ହେଁ ଜଟଣୀରୁ ଲଢ଼ିବେ ନାହିଁ ବୋଲି ମତ ରଖିଥିଲେ। ତେବେ 24ରେ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ କଂଗ୍ରେସ ଲଢ଼ିବାକୁ ପ୍ରସ୍ତୁତ ଥିବାବେଳେ ସାନ ପୁଅ ଏବେ କୋଉ ଦଳରୁ ଲଢ଼ିବେ ତାହା ଦେଖିବାକୁ ବାକି ରହିଲା।

author

Related Articles

Leave a Reply

Your email address will not be published. Required fields are marked *