କଂଗ୍ରେସରେ ଧସେଇ ପଶିବେ ସୁର !

କଂଗ୍ରେସରେ ଧସେଇ ପଶିବେ ସୁର !

ରାଜ୍ୟ ରାଜନୀତିରେ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ଓଡିଶା କଂଗ୍ରେସ । ହଁ ଦର୍ଶକବନ୍ଧୁ କେତେବେଳେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପରକୁ କାଳିମାଡ ହେଉଛି ତ ଆଉ କେତେବେଳେ ରାହୁଲ ଗାନ୍ଧୀଙ୍କ ପୋଷ୍ଟର ଉପରକୁ ଗୋବର ମାଡ ହେଉଛି । ରାଜ୍ୟରେ କଂଗ୍ରେସର କନ୍ଦଳ ବଢିବାରେ ଲାଗିଛି । ପିସିସି ସଭାପତିଙ୍କୁ ହଟାଇବା ପାଇଁ କଂଗ୍ରେସର କିଛି କର୍ମୀ ମେଳି ବାନ୍ଧିଛନ୍ତି । ଚଳିତ ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନକୁ ନେଇ ଦଳରେ ବେଶ ଅସନ୍ତୋଷ ଦେଖାଦେଇଛି । ଯାହାର ପ୍ରଭାବ ପିସିସି ସଭାପତିଙ୍କ ଉପରେ ପଡୁଛି । ଶରତ ହଟାଓ ନାରାରେ କଂଗ୍ରେସ ଶିବିର କମ୍ପୁଥିବା ବେଳେ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ବଢିଛି । ଆଉ କେତେବେଳେ କଂଗ୍ରେସରୁ ବହିଷ୍କୃତ ହୋଇଥିବା ସୁର ରାଉତରାୟ ନିଜ ଦଳକୁ ପ୍ରଂଶସାରେ ପୋତି ପକାଉଛନ୍ତି । ଚଳିତ ସାଧାରଣ ନିର୍ବାଚନରେ ଯଦି ସୁରଙ୍କ ଗତି ଉପରେ ନଜର ପକାଇବା ପୁଅ ପାଇଁ ହଟହଟା ହୋଇ ଦଳରୁ ବହିଷ୍କୃତ ହେଲେ ଏବଂ ଶଙ୍ଖ ଚିହ୍ନ ପାଇଁ ପ୍ରଚାର ପ୍ରସାର କଲେ । ଆଉ ଏବେ କଂଗ୍ରେସକୁ ଫେରିବା ପାଇଁ ଯୋଜନା ଚାଲିଚି । ଖୁବଶୀଘ୍ର କଂଗ୍ରେସକୁ ରିଟର୍ଣ୍ଣ କରିବେ ସୁର ରାଉତରାୟ । କଂଗ୍ରେସରେ ଯେଉଁଭଳି ଭାବେ ଦଳୀୟ କନ୍ଦଳ ବୃଦ୍ଧି ପାଉଛି ସୁର ଦଳକୁ ରିଟର୍ଣ୍ଣ କରିବା ନେଇ ସେପରି କିଛି ଗ୍ରୀନ ସିଗନାଲ ମିଳିଛି । ପିସିସି ସଭାପତିଙ୍କୁ ହଟେଇବା ପାଇଁ ଯେଉଁ ଚକ୍ରାନ୍ତ ଚାଲିଛି ସେଥିରେ ସୁର ମଧ୍ୟ ସାମିଲ ଅଛନ୍ତି ବୋଲି ଚର୍ଚ୍ଚା ହେଉଛି । ସେ କଂଗ୍ରେସ ଭବନକୁ ମନ୍ଦିର ସହ ତୁଳନା କରିବା ସହିତ ତାଙ୍କର ଏପରି କିଛି କଥା ତାଙ୍କୁ ଦଳକୁ ଫେରେଇ ଆଣିବାର ସଙ୍କେତ ଦେଉଛି । ତେବେ ଆଲୋଚନାର ବିଷୟବସ୍ତୁ ପାଲଟିଥିବା ଏହି ଚର୍ଚ୍ଚାଟି କେତେ ମାତ୍ରାରେ ସଫଳ ହେଉଛି ତାହାର ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *