କଂଗ୍ରେସର ଚକ୍ରବ୍ୟୁହରେ ଫସିଗଲେ ମନୋଜ !

କଂଗ୍ରେସର ଚକ୍ରବ୍ୟୁହରେ ଫସିଗଲେ ମନୋଜ !

ମାଇଣ୍ଡ ଗେମରୁ ପଲିଟିକାଲ ଗେମ୍ ଖେଳିବାକୁ ରାଜନୀତିରେ ପାଦ ଥାପିଥିଲେ ଅଭିନେତା ମନୋଜ ମିଶ୍ର । ସିନେମା ଜଗତରେ ଅନେକ ନାଁ କରିବା ପରେ ଏବେ ରାଜନୀତିରେ ମଧ୍ୟ ସେ ଏକ ନୂଆ ପରିଚୟ ସୃଷ୍ଟି କରିବାକୁ କଂଗ୍ରେସର ହାତ ଧରିଛନ୍ତି । କିନ୍ତୁ ଅନେକ ସମୟରେ ବିବାଦ ଘେରରେ ଛନ୍ଦି ହୋଇଥିବା ମନୋଜ ରାଜନୀତିର ଚକ୍ରବ୍ୟୁହରେ ଛନ୍ଦି ହୋଇପଡିଛନ୍ତି । ପ୍ରଥମ କରି ରାଜନୀତିରେ ଏଣ୍ଟ୍ରି ମାରିଥିବା ମନୋଜଙ୍କୁ ଦଳ ସିଧାସଳଖ ଲୋକସଭା ଆସନ ପାଇଁ ପ୍ରାର୍ଥୀ କରିଛି । ପଶ୍ଚିମ ଓଡିଶାର ଅନ୍ୟତମ ଗୁରୁ୍‌ତ୍ୱପୂର୍ଣ୍ଣ ଆସନ ବଲାଙ୍ଗୀର ଲୋକସଭା ଆସନରେ ବିଜେପି ଏବଂ ବିଜେଡି ନିଜର ଶାସନ ଚଳାଇଥିବା ବେଳେ କଂଗ୍ରେସ ଗତ ୫ ଟି ନିର୍ବାଚନରେ ଏଠାରେ ପରାଜୟ ହୋଇଛି । ଆଉ ଏହି ଆସନରେ ହିଁ ଦଳ ମନୋଜ ମିଶ୍ରଙ୍କୁ ପ୍ରାର୍ଥୀ କରିଛି । ମନୋଜ ପଶ୍ଚିମ ଓଡିଶାର ଜଣାଶୁଣା ଚେହେରା ହୋଇଥିବା ବେଳେ ପଶ୍ଚିମ ଓଡିଶାର ଲୋକଙ୍କ ପାଇଁ ସେ ସବୁବେଳେ ଆଗକୁ ଆସିଥାନ୍ତି । ଏପରିକି ପଶ୍ଚିମ ଓଡିଶାର ବିକାଶ ପାଇଁ ରାଜ୍ୟ ସରକାରଙ୍କୁ ଅନେକ ସମୟରେ ଟାର୍ଗେଟ ମଧ୍ୟ କରିଥାନ୍ତି । ଯାହାକୁ କେନ୍ଦ୍ର କରି କଂଗ୍ରେସ ମନୋଜଙ୍କୁ ନିଜ ଦଳରେ ସାମିଲ କରିଥିଲା । ଏବେ କିନ୍ତୁ ଦଳ ତାଙ୍କୁ ନିର୍ବାଚନରେ ବଳି ପକାଇଦେଇଥିବା ଚର୍ଚ୍ଚା ହେଉଛି । କାରଣ ଏହି ଆସନରେ ଉଭୟ ବିଜେଡି ଏବଂ ବିଜେପିର ଭେଟେରାନ ନେତା ମାନେ ଚଳିତବର୍ଷ ମଇଦାନକୁ ଓହ୍ଲାଇଛନ୍ତି । କିଏ ୩ ଥରର ବିଧାୟକ ତ ଆଉ କିଏ ସେହି ଆସନରୁ ବାରମ୍ବାର ବିଜୟ ହୋଇଛନ୍ତି । ଆଉ ରାଜନୀତିରେ ନୂଆ ମୁହଁ ଥିବା ମନୋଜ ଏମାନଙ୍କୁ ସେତେଟା ଟକ୍କର ଦେଇପାରିବେନି ବୋଲି ରାଜନୈତିକ ମହଲରେ ଆଲୋଚନା ଚାଲିଛି । ତେବେ ଏଭଳି ସ୍ଥିତିରେ ଏବେ ମନୋଜଙ୍କର ନିର୍ବାଚନୀ ଷ୍ଟ୍ରାଟେଜୀ କଣ ହେବ ଏବଂ ସେ କିଭଳି ଏମାନଙ୍କୁ ଟକ୍କର ଦେବେ ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *