କଂଗ୍ରେସର ଛିଡୁନି ଜଟଣୀ ଟିକେଟ ଅଙ୍କକଶା

କଂଗ୍ରେସର ଛିଡୁନି ଜଟଣୀ ଟିକେଟ ଅଙ୍କକଶା

ଟିକେଟ ହାତେଇବାକୁ ନେତାମାନଙ୍କ ମଧ୍ୟରେ ଚାଲିଛି ହଟ୍ଟଗୋଳ । ପାର୍ଟି ଅଫିସ ସାମ୍ନାରେ ଚାଲିଛି ଟିକେଟ କଳି । ବିଧାୟକ ସୁର ରାଉତରାୟ ଚଳିଥର ନିର୍ବାଚନ ଲଢିବେନି ତାଙ୍କ ବଦଳରେ ତାଙ୍କ ପୁଅ ନିର୍ବାଚନ ଲଢିବେ ବୋଲି କହିଥିଲେ । କିନ୍ତୁ ସାନ ପୁଅ ମନ୍ମଥ ରାଉତରାୟ ବିଜେଡିରେ ମିଶିବା ପରେ ଜଟଣୀ ଆସନକୁ ନେଇ ଅଙ୍କ କଶୁଛି କଂଗ୍ରେସ । ସୁରଙ୍କ ବଡ ପୁଅ ସିଦ୍ଧାର୍ଥ ରାଉତରାୟ ଟିକେଟ୍ ପାଇଁ ଆଶାୟୀ ରହିଛନ୍ତି । ସୁରଙ୍କ ବିରୋଧୀ ଗୋଷ୍ଠୀ ବିରୋଧ କରିବା ସହିତ ହୋ ହାଲ୍ଲା କରିଥିଲେ । ସୁରଙ୍କ ପୁତୁରା ସଂଗ୍ରାମ ରାଉତରାୟ ଏହାର ନେତୃତ୍ୱ ନେଇଥିବା ଜଣାପଡିଛି । ସଂଗ୍ରାମ ମଧ୍ୟ ଜଟଣି ବିଧାନସଭାର କଂଗ୍ରେସ ଟିକେଟ୍ ପାଇଁ ଅନ୍ୟତମ ଆଶାୟୀ ବୋଲି ଜଣାପଡିଛି । ଅଳ୍ପ କିଛି ଦିନ ମଧ୍ୟରେ କଂଗ୍ରେସ ବାକି ବିଧାନସଭା ଆସନର ଟିକେଟ୍ ଘୋଷଣା କରିବ । ଏବେ ସୁଦ୍ଦା କଂଗ୍ରେସ ୮ ଲୋକସଭା ଆସନ ୪୭ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ।

author

Related Articles

Leave a Reply

Your email address will not be published. Required fields are marked *