କଂଗ୍ରେସର ନିର୍ବାଚନୀ ଇସ୍ତାହାର, ୫ନ୍ୟାୟ ଓ ୨୫ପ୍ରକାର ଗ୍ୟାରେଣ୍ଟିର ଦେଲା ପ୍ରତିଶୃତି

କଂଗ୍ରେସର ନିର୍ବାଚନୀ ଇସ୍ତାହାର, ୫ନ୍ୟାୟ ଓ ୨୫ପ୍ରକାର ଗ୍ୟାରେଣ୍ଟିର ଦେଲା ପ୍ରତିଶୃତି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ନେଇ କଂଗ୍ରେସର ଆଜି ନିର୍ବାଚନୀ ଇସ୍ତାହାର ଜାରି କରିଛି । ଏହାର ନାମ ଦଳ ‘ନ୍ୟାୟ ପତ୍ର’ ରଖିଥିବା ସାମ୍ନାକୁ ଆସିଛି। ଇସ୍ତାହାରରେ କଂଗ୍ରେସ ମତଦାତାଙ୍କୁ ୫ନ୍ୟାୟ ଓ ୨୫ପ୍ରକାରର ଗ୍ୟାରେଣ୍ଟି ଦେଇଛି। କଂଗ୍ରେସ ମୁଖ୍ୟାଳୟରେ ଦଳର ସଭାପତି ମଲ୍ଲିକାର୍ଜୁନ ଖଡଗେ ଏବଂ ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ଏହି ଇସ୍ତାହାର ଜାରି କରିଛନ୍ତି। ଏହା ପରେ ଜୟପୁର ଏବଂ ହାଇଦ୍ରାବାଦରେ ସାଧାରଣ ସଭା ଆୟୋଜନ କରାଯିବ ଯେଉଁଥିରେ ଦଳର ବରିଷ୍ଠ ନେତାମାନେ ଅଂଶଗ୍ରହଣ କରିବେ।
ନିର୍ବାଚନୀ ଇସ୍ତାହାର ଅନୁସାରେ, ଯଦି କଂଗ୍ରେସ କ୍ଷମତାକୁ ଆସେ ତେବେ ଦଳ ଏମଏସପିକୁ ଆଇନଗତ ମାନ୍ୟତା ଦେବ, ୫୦ପ୍ରତିଶତ ସଂରକ୍ଷଣ ସୀମାକୁ ରଦ୍ଦ କରିବ ଏବଂ ସଂରକ୍ଷଣ ସୀମା ବୃଦ୍ଧି କରିବ, ଜାତିଗତ ଜନଗଣନା ହେବ, ଋଣ ଛାଡ ଆୟୋଗ ଗଠନ କରିବ ଏବଂ ନିଯୁକ୍ତି ସୁନିଶ୍ଚିତ କରିବ।
ଇସ୍ତାହାରରେ ଦାବି କରାଯାଇଛି ଯେ, “କ୍ଷମତାକୁ ଆସିଲେ କଂଗ୍ରେସ ତୁରନ୍ତ ଜମ୍ମୁ କଶ୍ମୀରକୁ ସମ୍ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦେବ। ଲଦାଖର ଆଦିବାସୀ କ୍ଷେତ୍ରକୁ ଅନ୍ତର୍ଭୁକ୍ତ କରିବା ପାଇଁ ସମ୍ବିଧାନର ଷଷ୍ଠ ସୂଚୀରେ ସଂଶୋଧନ କରିବ। ଏହା ସହ କଂଗ୍ରେସ ଅଗ୍ନିପଥ ଯୋଜନାକୁ ହଟାଇବ ଓ ସେନା, ନୌସେନା ଏବଂ ବାୟୁସେନାରେ ଭର୍ତ୍ତି ପାଇଁ ସାଧାରଣ ନିଯୁକ୍ତି ପ୍ରକ୍ରିୟାକୁ ଫେରାଇ ଆଣିବ। ଗରିବ ପରିବାରର ମହିଳାଙ୍କୁ ବାର୍ଷିକ ୧ଲକ୍ଷ ଟଙ୍କା ଦିଆଯିବା ସହ ୪୦ଲକ୍ଷ ଚାକିରି ସୁବିଧା ଦିଆଯିବ। ଏହା ସହ ମନରେଗା ମଜୁରିଆଙ୍କ ମଜୁରୀ ୪୦୦ଟଙ୍କା କରିଦିଆଯିବ। ଅନୁସନ୍ଧାନକାରୀ ସଂସ୍ଥାଗୁଡ଼ିକର ଅପବ୍ୟବହାର ବନ୍ଦ କରିବାକୁ ପିଏମଏଲଏ ଆଇନରେ ମଧ୍ୟ ପରିବର୍ତ୍ତନ କରାଯିବ” ବୋଲି ପ୍ରତିଶ୍ରୁତି ଦେଇଛି କଂଗ୍ରେସ।

author

Related Articles

Leave a Reply

Your email address will not be published. Required fields are marked *