କଂଗ୍ରେସର ପ୍ରତିଷ୍ଠା ଦିବସରେ ଗାନ୍ଧି ପରିବାରକୁ ଇଡିର ଝଟକା

କଂଗ୍ରେସର ପ୍ରତିଷ୍ଠା ଦିବସରେ ଗାନ୍ଧି ପରିବାରକୁ ଇଡିର ଝଟକା

କଂଗ୍ରେସର ପ୍ରତିଷ୍ଠା ଦିବସରେ ଗାନ୍ଧି ପରିବାରକୁ ଇଡିର ଝଟକା । ହରିୟାଣା ଜମି କିଣା ବିବାଦ ଚାର୍ଜସିଟରେ ରହିଛି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧିଙ୍କ ନାଁ । ଜଣଙ୍କ ଠାରୁ ଜମି କିଣିବା ପରେ ସେହି ଜମିକୁ ସେହି ବ୍ୟକ୍ତିକୁ ବିକିଥିବାର ଅଭିଯୋଗ ରହିଛି ପ୍ରିୟଙ୍କାଙ୍କ ବିରୋଧରେ ।

୨୦୦୬ ମସିହାରେ ପ୍ରିୟଙ୍କା ଗାନ୍ଧୀ ଏଚ.ଏଲ. ପାହୱା ନାମକ ଜଣେ ବ୍ୟକ୍ତିଙ୍କଠାରୁ ୫ ଏକର ଜମି କିଣିଥିଲେ । ସେହି ଜମିକୁ ୨୦୧୦ ମସିହାରେ ସେହି ଏଚ.ଏଲ. ପାହୱାଙ୍କୁ ବିକିଥିଲେ । ହରିଆଣା ଫରିଦାବାଦ ଜିଲ୍ଲାର ଅମିପୁର ଗାଁରେ ଏହି ଜମି କିଣାବିକା ହୋଇଥିଲା ।ଏହି ମନି ଲଣ୍ଡରିଂ ମାମଲାରେ ପଳାତକ ସଞ୍ଜୟ ଭଣ୍ଡାରୀ ମଧ୍ୟ ସାମିଲ ଅଛନ୍ତି । ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଅଭିଯୋଗ ଅନୁସାରେ ରବର୍ଟ ଭଦ୍ରା ଲଣ୍ଡନର ଏକ ସମ୍ପତ୍ତିରେ ସାମିଲ ଅଛନ୍ତି । ଯାହା କି ସଞ୍ଜୟ ଭଣ୍ଡାରୀଙ୍କ ବିରୋଧରେ ହୋଇଥିବା ଅର୍ଥ ହେରଫେର ମାମଲାରେ ସମ୍ପୃକ୍ତି ରହିଛି ।

author

Related Articles

Leave a Reply

Your email address will not be published. Required fields are marked *