କଂଗ୍ରେସର 9 ଗ୍ୟାରେଣ୍ଟି

କଂଗ୍ରେସର 9 ଗ୍ୟାରେଣ୍ଟି

ସାଧାରଣ ନିର୍ବାଚନରେ କଂଗ୍ରେସ ନିଜର ସତ୍ତାକୁ ଫେରିପାଇବା ପାଇଁ ଜୋରଦାର ପ୍ରୟାସ ଚଳାଇଛି । ରାଜ୍ୟ କଂଗ୍ରେସ ଦେଇଛି ୯ ଗ୍ୟାରେଣ୍ଟି । ନିର୍ବାଚନ ଇସ୍ତାହାର ପ୍ରକାଶ କରିବା ପୂର୍ବରୁ କଂଗ୍ରେସର ଏହି ଗ୍ୟାରେଣ୍ଟିକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । କ୍ଷମତାକୁ ଆସିଲେ କଂଗ୍ରେସ ଏହି ୯ ଗ୍ୟାରେଣ୍ଟି ଉପରେ କାମ କରିବ ।

– ୫ ଲକ୍ଷ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ବ୍ୟବସ୍ଥା, ବେକାରୀ ଭତ୍ତା ମାସିକ ୩୦୦୦ ଟଙ୍କା
– ଏସଏଚଜିକୁ ବ୍ୟାଙ୍କ ଋଣ ଛାଡ, ଚିଟଫଣ୍ଡ ଅର୍ଥ ଫେରସ୍ତ
– ବୋନସ୍ ସହ ଧାନ ଏମଏସପି ୩୦୦୦ ଟଙ୍କା, କୃଷିଋଣ ଛାଡ, କୃଷକଙ୍କ ପାଇଁ ମାସିକ ପେନସନ ୨୦୦୦ ଟଙ୍କା

–୧୦୦ ଦିନ ଭିତରେ ରାଜ୍ୟରେ ଜାତିଭିତ୍ତିକ-ସାମାଜିକ,ଆର୍ଥିକ ସର୍ଭେ ଆରମ୍ଭ ଏବଂ ଅନୁସୂଚିତ ଜାତି/ଜନଜାତିଙ୍କୁ ୩୫ କିଲୋ ଚାଉଳ ସହିତ ୧ କେଜି ଡାଲି, ୧ ଲିଟର ତେଲ, ୧ କେଜି ଲୁଣ ଓ ୨୫୦ ଗ୍ରାମ ହଳଦୀ ଦିଆଯିବ

– ପ୍ରତି ପରିବାରକୁ ମାସିକ ୫୦୦ ଟଙ୍କାରେ ସିଲିଣ୍ଡର
– ସମସ୍ତଙ୍କୁ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା
– ବାର୍ଦ୍ଧକ୍ୟ, ବିଧବା, ଦିବ୍ୟାଙ୍ଗ ଭତ୍ତା ମାସିକ ୨୦୦୦ ଟଙ୍କା
– ଉପଭୋକ୍ତାଙ୍କ ପାଇଁ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ ଦେୟ ଛାଡ– ଗୃହଲକ୍ଷ୍ମୀ ଯୋଜନାରେ ଘରର ମହିଳା ମୁଖ୍ୟଙ୍କୁ ୨୦୦୦ ଟଙ୍କା ଭତ୍ତା

author

Related Articles

Leave a Reply

Your email address will not be published. Required fields are marked *