ଓଡ଼ିଶା କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ବିଜୟ ପଟ୍ଟନାୟକଙ୍କୁ ହଟାଇ ଦେଇଛି କଂଗ୍ରେସ । ତାଙ୍କ ସ୍ଥାନରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତ ଚରଣ ଦାସଙ୍କୁ ଓଡ଼ିଶା କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି । କିନ୍ତୁ ନିର୍ବାଚନ ମୁଣ୍ଡ ଉପରେ ଥିଲା ବେଳେ ପ୍ରଚାର କମିଟିର ଅଧ୍ୟକ୍ଷଙ୍କୁ ବଦଳାଇଦିଆଯିବା ଘଟଣା କଂଗ୍ରେସ ମହଲରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି । ମିଳିଥିବା ସୂଚନା ଅନୁସାରେ କିଛିଦିନ ପୂର୍ବରୁ ଇସ୍ତାହାରକୁ ନେଇ ଦେଖାଦେଇଥିଲା ବିବାଦ । ବିଜୟଙ୍କ ବିରୋଧରେ ସଙ୍ଗୀନ୍ ଆଭିଯୋଗ ଆଣିଥିଲେ ପଂଚାନନ କାନୁନଗୋ । ସେ କରିଥିବା ଇସ୍ତାହାରକୁ ବିଜୟ ବଦଳାଇ ଦେଇଥିବା ଆଭିଯୋଗ କରିଥିଲେ । ପରେ ଏପରି ଏକ ନିଷ୍ପତ୍ତିି ଏଆଇସିସି ନେଇଥିବା କୁହାଯାଉଛି ।
You can share this post!
author
Related Articles
ଚିନ୍ତାରେ ବିଜେପି,ନବୀନଙ୍କ କଥାରେ ହଁ ମାରିବେ ରାହୁଲ
- September 28, 2024
ମୁହଁ ଖୋଲିଲେ ବଦ୍ରି …ନବୀନଙ୍କୁ କହିଦେଲେ ବଡ କଥା !
- September 28, 2024
ପ୍ରତିଦିନ ଚକୋଲେଟ ଖାଇଲେ କଣ ମିଳିବ ଫାଇଦା ?
- September 28, 2024