କଂଗ୍ରେସ ଛାଡିବେ ସନ୍ତୋଷ ସିଂହ ସାଲୁଜା !

କଂଗ୍ରେସ ଛାଡିବେ ସନ୍ତୋଷ ସିଂହ ସାଲୁଜା !

ନିର୍ବାଚନ ପାଇଁ ସମସ୍ତ ଦଳରେ ଜୋରଦାର ପସ୍ତୁତି ଚାଲିଛି । ନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବା ବେଳେ କେଉଁଠି ପ୍ରଚାର ଆରମ୍ଭ ହେଲାଣି ତ ଆଉ କେଉଁଠି ଏବେ ବି ମିଶ୍ରଣ ପର୍ବ ଅନୁଷ୍ଠିତ ହେଉଛି । ପ୍ରାର୍ଥୀ ତାଲିକା ଘୋଷଣା ପରେ ନେତାମନ୍ତ୍ରୀଙ୍କ ଦଳ ଡିଆଁ ପର୍ବ ଲାଗି ରହିଛି । ଆଉ ଏହାରି ମଧ୍ୟରେ କଂଗ୍ରେସକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗୁଛି । ପୂର୍ବ ନିର୍ବାଚନରେ ସତ୍ତା ହରାଇଥିବା କଂଗ୍ରେସ ନିଜର ଅଣ୍ଟା ସଳଖୁଥିବା ବେଳେ ଜଣଙ୍କ ପରେ ଜଣେ କଂଗ୍ରେସ ନେତା ନିଜ ଦଳକୁ ଆହୁରି ନୁଆଁଇ ଦେଉଛନ୍ତି । ନିଜ ସଙ୍ଗଠନ ସଜାଡିବା ବଦଳରେ ସଙ୍ଗଠନକୁ ଭାଙ୍ଗି ଦେଉଛନ୍ତି । ଦଳ ଛାଡି ଅନ୍ୟ ଦଳକୁ ଚାଲି ଯାଉଛନ୍ତି ।

ତେବେ ଏହି କ୍ରମରେ ଏବେ ପାରାଦ୍ୱୀପର ଟାଣୁଆ ନେତା ବାପି ସର୍ଖେଲ କଂଗ୍ରେସ ଛାଡିଥିଲେ । ଆଉ ଏବେ ଆଉ ଜଣେ ନେତା କଂଗ୍ରେସ ଛାଡିବାକୁ ରେଡୀ ହେଲେଣି । ଆଉ ସେ ହେଉଛନ୍ତି କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜା । ସାଲୁଜାଙ୍କୁ ୨୪ ନିର୍ବାଚନ ପାଇଁ ଟିକେଟ୍ ମିଳିବା ପରେ ବି ସେ କଂଗ୍ରେସ ଛାଡି ବିଜେଡିରେ ମିଶିବେ ବୋଲି ଏବେ ଚର୍ଚ୍ଚା ଲାଗି ରହିଛି । କାରଣ ଏହି ଆସନରେ କଂଗ୍ରେସ ପ୍ରାର୍ଥୀ ଦେଇଥିବା ବେଳେ ବିଜେଡି ଏଯାଏଁ ପ୍ରାର୍ଥୀ ଦେଇନି । ଯାହାକୁ ନେଇ ଏକ ବଡ ଧରଣର ଓଲଟ ପାଲଟ ହୋଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି । ସାଲୁଜା କଂଗ୍ରେସ ଟିକେଟ୍ ଫେରାଇ ବିଜେଡି ଟିକେଟରୁ ଲଢିବେ ବୋଲି ରାଜନୈତିକ ମହଲରେ ଆଲୋଚନା ଚାଲିଛି ।

ତେବେ ସନ୍ତୋଷ ସିଂହ ସାଲୁଜା ୨୦୦୯ ମସିହାରେ ଏଠାରୁ ବିଧାୟକ ହୋଇ ଏଠାରେ କଂଗ୍ରେସର ବିଜୟ ପତାକା ଉଡାଇଥିଲେ । କିନ୍ତୁ ୨୦୧୪ ମସିହାରେ ସେ ଦ୍ୱିତୀୟ ସ୍ଥାନକୁ ଓହରି ଯାଇଥିଲେ । ୨୦୧୯ରେ ପୁଣି ସାଲୁଜା ବିଧାୟକ ପଦରେ ସ୍ଥାନିତ ହୋଇଥିଲେ । କିନ୍ତୁ ଏଥର ବାଜି ଓଲଟି ଯିବ ବୋଲି ଆଶଙ୍କା ବଢିଚାଲିଛି । ତେବେ ଦେଖାଯାଉ ସାଲୁଜାଙ୍କ ଗତି କୁଆଡେ ଯାଉଛି ଏବଂ ସେ କଂଗ୍ରେସରେ ରହୁଛନ୍ତି ନା ଅନ୍ୟ ନେତାଙ୍କ ଭଳି ଶଙ୍ଖ ଫୁଙ୍ଖୁଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *