କଂଗ୍ରେସ ତୀରରେ ପୁଣି ନିଶାନା ହେଲେ ମୋଦି

କଂଗ୍ରେସ ତୀରରେ ପୁଣି ନିଶାନା ହେଲେ ମୋଦି

ନିକଟରେ ପ୍ରଧାନମନ୍ତ୍ରୀ ମୋଦୀ ଲାକ୍ଷାଦ୍ୱୀପ ଯାଇ ସେଠାରେ କିଛି ସମୟ ବିତାଉଥିବାର ଦେଖିବାକୁ ମିଳିଥିଲା । ସେଠାରୁ କିଛି ଫଟୋ ଛାଡି ବୁଲିବାକୁ ପସନ୍ଦ କରୁଥିବା ଲୋକଙ୍କୁ ଲାକ୍ଷାଦ୍ୱୀପ ଆସିବାକୁ କହିଥିଲେ ମୋଦୀ । ଯାହାକୁ ନେଇ ମୋଦୀଙ୍କ ଉପରେ ବର୍ଷିଛି ବିଜେପିର ମୁଖ୍ୟ ବିରୋଧୀ କଂଗ୍ରେସ । ମଣିପୁର ପ୍ରସଙ୍ଗ ଉଠାଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପୁଣି ଟାର୍ଗେଟ କରିଛନ୍ତି ।

ମଲ୍ଲିକାର୍ଜୁନ ଖଡଗେ ଏକ ସମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ସବୁଆଡେ ଯାଉଛନ୍ତି । ସୁଇମିଂ କରି ଫଟୋ ସେସନ କରୁଛନ୍ତି । କିନ୍ତୁ ସେ ମଣିପୁରକୁ କାହିଁକି ଯାଉନାହାନ୍ତି । ମଣିପୁରରେ ହିଂସା ହେବା ସହ ଦିନକୁ ଦିନ ପରିସ୍ଥିତି ଖରାପ ହେଉଛି । ଏସବୁ ପରେ ବି ମଣିପୁର ନଯାଇ କେତେ ବେଳେ ସମୁଦ୍ର କୂଳରେ ତ ଆଉ କେତେ ବେଳେ ନିର୍ମାଣ ହେଉଥିବା ମନ୍ଦିର ଆଗରେ ଫଟୋ ଉଠାଇ ସୋସିଆଲ ମିଡିଆରେ ସେୟାର କରୁଛନ୍ତି । ନୂଆ ନୂଆ ପୋଷାକ ପିନ୍ଧି ସେ ଫଟୋ ଉଠାଉଛନ୍ତି । କିନ୍ତୁ ଏ ମହାପୁରୁଷ ମଣିପୁରରେ ହେଉଥିବା ହିଂସା, ମହିଳାଙ୍କ ସହ ଦୁଷ୍କର୍ମ ଏବଂ ଥଣ୍ଡାରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ପାଖକୁ କାହିଁକି ଯାଉନାହାଁନ୍ତି ବୋଲି ପ୍ରଶ୍ନ କରିଛନ୍ତି ଖଡଗେ । ମଣିପୁର କଣ ଦେଶର ଏକ ଅଙ୍ଗ ନୁହଁ କି । ଆପଣ ଲାକ୍ଷାଦ୍ୱୀପରେ ପାଣିରେ ପହଁରୁଛନ୍ତି କିନ୍ତୁ ମଣିପୁର ଯାଇ ଲୋକଙ୍କୁ କାହିଁକି ବୁଝାଉନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ଖଡଗେ । ନିର୍ବାଚନ ପାଖେଇ ଆସୁଥିବାରୁ କ୍ଷମତାସୀନ ଦଳକୁ ବିଭିନ୍ନ ପ୍ରସଙ୍ଗରେ ଘେରିବା ଏବଂ ଦୋଷ ଲଦିବା ଏକ ସାଧାରଣ କଥା । ତେବେ ମଣିପୁରକୁ ବିଜେପି ଭୁଲିଯାଇଥିବା ଦର୍ଶାଇ କଂଗ୍ରେସ ମଣିପୁର ବାସୀଙ୍କ ସହ ରହିଛି ବୋଲି ପରୋକ୍ଷରେ କହିଛି । ଏବଂ କଂଗ୍ରେସର ନୂତନ ଭାରତ ଯୋଡୋ ନ୍ୟାୟ ଯାତ୍ରା ମଣିପୁରରୁ ଆରମ୍ଭ ହେବ ବୋଲି କଂଗ୍ରେସ ଘୋଷଣା କରିଛି । ତେବେ ମୋଦୀ ଦୁଇ ଦୁଇ ଥର ବିଶ୍ୱର ପ୍ରିୟ ନେତା ଭାବେ ପରିଗଣିତ ହେଲା ପରେ କଂଗ୍ରେସର ଏଭଳି ଅଭିଯୋଗ ଆଗମୀ ନିର୍ବାଚନରେ ମଣିପୁର ବାସୀଙ୍କ ଉପରେ କିଭଳି ପ୍ରଭାବ ପକାଉଛି ତାହା ଦେଖିବାକୁ ବାକି ରହିଲା ।

author

Related Articles

Leave a Reply

Your email address will not be published. Required fields are marked *