କଂଗ୍ରେସ ଭବନରେ ଅନ୍ନ ପ୍ରାସନ୍ନ କାର୍ଯ୍ୟକ୍ରମ

କଂଗ୍ରେସ ଭବନରେ ଅନ୍ନ ପ୍ରାସନ୍ନ କାର୍ଯ୍ୟକ୍ରମ

ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ବିଜେପିକୁ ଟ୍ରୋଲ କରିଆସୁଛି କଂଗ୍ରେସ । କଂଗ୍ରେସ ଭବନ ଆଗରେ ଆଜି ଅନ୍ନ ପ୍ରାସନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି ।  ପ୍ରଥମେ ବିବାହ କଲା ଓ ଏବେ କରୁଛି ଅନ୍ନପ୍ରାସନ୍ନ । କଂଗ୍ରେସ କହୁଛି, ବିଜେଡି- ବିଜେପି ଭିତରେ ସ୍ୱାମୀ-ସ୍ତ୍ରୀ ଭଳି ସୁସମ୍ପର୍କ ସ୍ଥାପନ ହୋଇଛି । ତାଙ୍କ ସମ୍ପର୍କ ଦ୍ୱାରା ୧୦ଟି ସନ୍ତାନ ଜନ୍ମ ନେଇଛନ୍ତି । ସେ ସନ୍ତାନ ମାନେ ହେଲେ ଖଣି ଦୁର୍ନୀତି, ଚିଟ୍ ଫଣ୍ଡ ଦୁର୍ନୀତି, ଦରଦାମ୍ ବୃଦ୍ଧି, ନାରୀ ନିର୍ଯାତନା, ତାମିଲ ଠିକାଦାର, ବେରୋଜଗାର, ଅସୁରକ୍ଷୀତ ମହିଳା, ବିଭିନ୍ନ ସରକାରୀ ଯୋଜନାରେ ଦୁର୍ନୀତି, ଆଦିବାସୀଙ୍କ ଜମି ହଡପ । ଏହି ୧୦ଟି ସନ୍ତାନଙ୍କୁ ନେଇ ନିଆରା ଢଙ୍ଗରେ ଅନ୍ନ ପ୍ରସାନ୍ନ ଆୟୋଜିତ କରିଛି କଂଗ୍ରେସ । ଏହି ପ୍ରସଙ୍ଗକୁ ନେଇ ୧୦ଟି କାର୍ଟୁନ୍ ପୋଷ୍ଟର ମଧ୍ୟ ପ୍ରସ୍ତୁତ କରିଛି କଂଗ୍ରେସ ।

author

Related Articles

Leave a Reply

Your email address will not be published. Required fields are marked *