କଟକରେ ରାସ୍ତା ମରାମତି କରିବାକୁ ହାଇକୋର୍ଟର ନିର୍ଦ୍ଦେଶ

କଟକରେ ରାସ୍ତା ମରାମତି କରିବାକୁ ହାଇକୋର୍ଟର ନିର୍ଦ୍ଦେଶ

ସିଲଭର ସିଟି କଟକ ସହରର ବିପର୍ଯ୍ୟସ୍ତ ରାସ୍ତାକୁ ନେଇ ହାଇକୋର୍ଟ ଆଜି କଡା ନିର୍ଦ୍ଦେଶ ଦେଇଛି । କଟକ ସହରର ବିପର୍ଯ୍ୟସ୍ତ ରାସ୍ତାଘାଟ ଓ ଡ୍ରେନେଜ ସମସ୍ୟା ମାମଲା । ହାଇକୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହୋଇଛନ୍ତି ଆର ଆଣ୍ଡ ବି, ୱାଟକୋ, ସିଏମସି ସିଟି ଇଞ୍ଜିନିୟର ଏବଂ ଗେଲ ପ୍ରବନ୍ଧକଙ୍କ ସହ ସମସ୍ତ ଅଧିକାରୀ ।

ଆସନ୍ତା ୨୭ ତାରିଖ ସୁଦ୍ଧା ସମସ୍ତ ରାସ୍ତାଘାଟ ମରାମତି କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ନଭେମ୍ବର ୨ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବାର ରହିଛି । ଏହି ପ୍ରସଙ୍ଗରେ ହିନ୍ଦୁସେନା ଏବଂ ହାଇକୋର୍ଟ ନିଜ ଆଡ଼ୁ ମାମଲା ରୁଜୁ କରିଥିଲେ ।

author

Related Articles

Leave a Reply

Your email address will not be published. Required fields are marked *