କଟିଲା ଦୁଇ ପ୍ରାର୍ଥୀଙ୍କ ଟିକେଟ

କଟିଲା ଦୁଇ ପ୍ରାର୍ଥୀଙ୍କ ଟିକେଟ

ଭାରତୀୟ ଜନତା ପାର୍ଟି ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହି ତାଲିକାରେ 21ଟି ବିଧାନସଭା ଆସନ ପାଇଁ ଦଳ ପ୍ରାର୍ଥୀ ଦେଇଛି । ପୂର୍ବରୁ ବିଜେପି 112ଟି ଆସନରେ ପ୍ରାର୍ଥୀ ଘୋଷଣା କରିଥିଲା । ତେବେ ୨୧ଟି ଆସନ ମଧ୍ୟରୁ ୨ଟି ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରିଛି ବିଜେପି । ରଣପୁର ଓ ପଟାଙ୍ଗୀ ଆସନରେ ବିଜେପି ପ୍ରାର୍ଥୀ ପରିବର୍ତ୍ତନ କରିଛି । ରଣପୁରରେ ପୂର୍ବତନ ମନ୍ତ୍ରୀ ସୁରମା ପାଢୀ ଆଶାୟୀ ଥିଲେ ମଧ୍ୟ ତାଙ୍କ ଟିକେଟ କାଟିଥିଲା ଦଳ । ପୂର୍ବରୁ ବିଜେପି ପକ୍ଷରୁ ୧୧୨ ଆସନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ରଣପୁରରେ ତାପସ ରଞ୍ଜନ ମାର୍ଥାଙ୍କୁ ମୈଦାନକୁ ଓହ୍ଲାଇଥିଲା । ଯାହାକୁ ନେଇ ତୃଣମୂଳସ୍ତରରେ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଯାହାଫଳରେ ପୁଣିଥରେ ରଣପୁର ଆସନକୁ ନେଇ ତର୍ଜମା କରିଥିଲା ଦଳ ଏବଂ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ସୁରମାଙ୍କ ଉପରେ ଭରସା କରିଛି ବିଜେପି ।

author

Related Articles

Leave a Reply

Your email address will not be published. Required fields are marked *