କଟିଲା 4 ବିଧାୟକଙ୍କ ଟିକେଟ

କଟିଲା 4 ବିଧାୟକଙ୍କ ଟିକେଟ

ଘୋଷଣା ହୋଇଯାଇଛି ବିଜେଡିର ସପ୍ତମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା । ସପ୍ତମ ପର୍ଯ୍ୟାୟରେ 6ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ୬ ଜଣଙ୍କ ମଧ୍ୟରୁ ୫ ଆସନରେ ବିଜେଡି ନୂଆ ମୁହଁକୁ ଭରସିଥିବା ବେଳେ ୪ ବିଧାୟକଙ୍କର ଟିକେଟ କାଟିଛି । କେବଳ କାକଟପୁର ଆସନରେ ତୁଷାରକାନ୍ତି ବେହେରାଙ୍କ ଉପରେ ଦଳ ପୁଣିଥରେ ଭରସା କରିଛି । କିନ୍ତୁ ଏହି ଆସନରୁ ବିଜେଡି ନେତା ସୁରେନ୍ଦ୍ର ସେଠୀଙ୍କୁ ନିରାଶ ହେବାକୁ ପଡିଛି । ଟିକେଟ କଟିଥିବା ୪ ବିଧାୟକଙ୍କ ଆସନ ଗୁଡିକ ମଧ୍ୟରେ ରହିଛି ବରୀ, ହିନ୍ଦୋଳ, ରଘୁନାଥପାଲ୍ଲୀ ଏବଂ ବାଲିକୁଦା-ଏରସମା । ସେହିଭଳି ବାଙ୍ଗିରିପୋଷି ଆସନରେ ବିଧାୟକ ଥିବା ସୁଦାମ ମାରାଣ୍ଡିଙ୍କୁ ବିଜେଡି ପୂର୍ବରୁ ମୟୂରଭଞ୍ଜ ଲୋକସଭା ଆସନ ପାଇଁ ପ୍ରାର୍ଥୀ କରିଛି । ତେଣୁ ଏହି ସ୍ଥାନରେ ନୂଆ ଚେହେରା ଭାବେ ରଞ୍ଜିତା ମାରାଣ୍ଡିଙ୍କୁ ଦଳ ପ୍ରାର୍ଥୀ କରିଛି ।

author

Related Articles

Leave a Reply

Your email address will not be published. Required fields are marked *