କଠୋର ହେଲା ବିଏମସି,କାର୍ଯ୍ୟରେ ଅବହେଳା କଲେ କଟିବ ଦରମା

କଠୋର ହେଲା ବିଏମସି,କାର୍ଯ୍ୟରେ ଅବହେଳା କଲେ କଟିବ ଦରମା

କାର୍ଯ୍ୟରେ ଅବହେଳା କଲେ ଦଣ୍ଡ ମିଳିବାର ଖବର ଆପଣମାନେ ଜାଣିଥିବେ କିନ୍ତୁ ଏଠାରେ କାର୍ଯ୍ୟରେ ଅବହେଳା କଲେ କଟିବ ଦରମା । ଏଣିକି କଠୋର ହେଲା ବିଏମସି । ଅଫିସ ବିଳମ୍ବରେ ଆସିଲେ କର୍ମଚାରୀଙ୍କ କଟିବ ଦରମା । ଅଧ ଘଣ୍ଟା ବିଳମ୍ବରେ ଆସିଲେ ଛୁଟି ଦେବା ସହ ଦରମା କାଟିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଏମସି କମିଶନର । କର୍ମଚାରୀଙ୍କୁ ସକାଳ ୯ ଟା ୪୫ ମିନିଟରୁ ୧୦ ଟା ୧୫ ମଧ୍ୟରେ ପହଂଚିବାକୁ ନିର୍ଦ୍ଦେଶ ରହିଛି । ଟ୍ରାଫିକ୍ ଜାମ, ଗାଡି ଖରାପ ଅବା ଅନ୍ୟାନ୍ୟ ଜରୁରୀକାଳୀନ ଅସୁବିଧା ପାଇଁ ୧୦ ଟା ୩୦ ଭିତରେ ପହଂଚିଲେ ନିୟମ କୋହଳ କରାଯାଇପାରେ । କିନ୍ତୁ ୧୦ ଟା ୩୦ ମିନିଟ୍ ପରେ ପଂହଚିଲେ ସେମାନଙ୍କ ଦରମା କଟାଯିବ । ବିଏମସି ମୁଖ୍ୟାଳୟରେ ଥିବା ସମସ୍ତ କର୍ମଚାରୀଙ୍କୁ ପାଇଁ ଏହି ନିୟମ ଲାଗୁ ହେବ । ଫାଇଭ-ଟିରେ ଅର୍ନ୍ତଭୁକ୍ତ ହେବା ପରେ କଡା ପଦକ୍ଷେପ ଗ୍ରହଣ କରିଛି ବିଏମସି ।

author

Related Articles

Leave a Reply

Your email address will not be published. Required fields are marked *