କଡା ସୁରକ୍ଷା ଭିତରେ ଶଙ୍ଖକ୍ଷେତ୍ର

କଡା ସୁରକ୍ଷା ଭିତରେ ଶଙ୍ଖକ୍ଷେତ୍ର

ପରିକ୍ରମା ପ୍ରକଳ୍ପକୁ ନେଇ ଚଳଚଞ୍ଚଳ ଶ୍ରୀକ୍ଷେତ୍ର ଧାମ । ପ୍ରକଳ୍ପର ଉଦ୍ଘାଟନ ପୂର୍ବରୁ ଶ୍ରୀକ୍ଷେତ୍ରରେ ସୁରକ୍ଷା ସ୍ଥିତିର ସମୀକ୍ଷା କରିଛନ୍ତି ପୋଲିସ ଡିଜି ଅରୁଣ ଷଢ଼ଙ୍ଗୀ । ଯଜ୍ଞସ୍ଥଳ, ଶ୍ରୀସେତୁ, ଶ୍ରୀମାର୍ଗ ଓ ଜଗନ୍ନାଥ ବଲ୍ଲଭ ଅଂଚଳ ବୁଲି ସୁରକ୍ଷା ସ୍ଥିତି ସମୀକ୍ଷା କରିଛନ୍ତି ଡିଜି । ଉଦ୍ଘାଟନୀ ଉତ୍ସବରେ ୪ ଥାକିଆ କଡା ସୁରକ୍ଷାରେ ରହିବ ଶ୍ରୀକ୍ଷେତ୍ର । ଟ୍ରାଫିକ୍, ଭିଆଇପି, ଭକ୍ତଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯିବ ବୋଲି ପୋଲିସ୍ ଡିଜି କହିଛନ୍ତି । ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହେବେ ୮୦ ପ୍ଲାଟୁନ୍ ଫୋର୍ସ ଓ ୩ଟି ବୋମା ନିଷ୍କ୍ରିୟକାରୀ ଦଳ ମୁତୟନ ରହିବେ । ୧୦୦ ଜଣ ସୁପରଭାଇଜର ଅଫିସର ସୁରକ୍ଷା ଦାୟିତ୍ୱରେ ରହିବେ ।

author

Related Articles

Leave a Reply

Your email address will not be published. Required fields are marked *