କଣ୍ଟାବାଞ୍ଜିରେ ଲଢିବେ ନବୀନ ହେବ କି ଧୋକା ?

କଣ୍ଟାବାଞ୍ଜିରେ ଲଢିବେ ନବୀନ ହେବ କି ଧୋକା ?

ଦର୍ଶକ ବନ୍ଧୁ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି।୨୦୧୯ ଭଳି ୨ଟି ଆସନରୁ ନିର୍ବାଚନ ଲଢିବେ ମୁଖ୍ୟମନ୍ତ୍ରୀ । ପୂର୍ବରୁ ହିଞ୍ଜିଳି ଆସନରୁ ମୁଖ୍ୟମନ୍ତ୍ରୀ ବିଜେଡି ପ୍ରାର୍ଥୀ ହୋଇଥିବା ବେଳେ ଗତକାଲି କଣ୍ଟାବାଞ୍ଜିରୁ ନବୀନ ଲଢିବା ନେଇ ଘୋଷଣା ହୋଇଛି ।ଏହାପୂର୍ବରୁ ୨୦୧୯ରେ ହିଞ୍ଜିଳି ସହ ବିଜେପୁର ଆସନରୁ ନିର୍ବାଚନ ଲଢିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉଭୟ ଆସନରେ ମୁଖ୍ୟମନ୍ତ୍ରୀ ବିଜୟୀ ହୋଇଥିବା ବେଳେ ପରେ ବିଜେପୁର ଆସନ ଛାଡି ହିଞ୍ଜିଳି ଆସନ ରଖିଥିଲେ ।ଅନ୍ୟପଟେ ଗତଥର ପରି ଏଥର ନବୀନ ପଶ୍ଚିମ ଓଡ଼ିଶାକୁ ପୁଣି ଧୋକା ଦେବେ ନି ତ୍। ଏହି ମର୍ମରେ ରାଜ୍ୟ ବିଜେପିର ପୂର୍ବତନ ସଭପତି ସମୀର ମହାନ୍ତି କହିଛନ୍ତି ଯେ ଥରେ ନୁହେଁ, ପଶ୍ଚିମ ଓଡିଶାବାସୀଙ୍କୁ ବାରମ୍ବାର ଧୋକା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ବାବୁଙ୍କ ଭେଳିକି ଓ ଚକ୍ରାନ୍ତକୁ ଓଡିଶାବାସୀ ହୃଦୟଙ୍ଗମ କରିସାରିଲେଣି । ଓଡିଶାବାସୀ ସବୁ ଦେଖୁଛନ୍ତି ଏବଂ ସଠିକ ସମୟରେ ଉଚିତ୍ ଜବାବ୍ ଦେବେ ଖାଲି ସେତିକି ନୁହେଁ ଫଳାଫଳକୁ ଅପେକ୍ଷା କର ବୋଲି ସୂଚନା ଦେଇଛନ୍ତି। ତେବେ ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡିଶାର ଲୋକଙ୍କ ଭରଷା ଜିତିବେ ନାଁ ବିରୋଧୀଙ୍କ କଥା ସତ ହେଉଛି ତାହା ଦେଖିବାକୁ ବାକି ରହିଲା।

author

Related Articles

Leave a Reply

Your email address will not be published. Required fields are marked *