କଣ୍ଟାମାଳରେ ପୋଲିସ-ଭୋଟର ମୁହାଁମୁହିଁ

କଣ୍ଟାମାଳରେ ପୋଲିସ-ଭୋଟର ମୁହାଁମୁହିଁ

କଣ୍ଟାମାଳ ରେ ଦେଖାଦେଇଛି ରାଜନୈତିକ ହିଂସା।ପୋଲିସ ଓ ଭୋଟର ଙ୍କ ମଧ୍ୟ ରେ ମୁହାଁମୁହିଁ ଲଢେଇ । ସୂଚନା ମୁତାବକ କଣ୍ଟାମାଳ ବ୍ଲକ ମହେଶ୍ୱରପିଣ୍ଡା ବୁଥ ନମ୍ବର 28ରେ ଦିନ ୨ଟା ସମୟରେ ଇଭିଏମ ଅଚଳ ହୋଇ ପଡ଼ିଥିଲା ଯାହାଫଳରେ ଭୋଟର ଆଉ ମତଦାନ କରି ପାରିନଥିଲେ । ପରେ ବୁଥ ସାମ୍ନାରେ ଦୀର୍ଘ ୨ ଘଣ୍ଟା ରୁ ଉର୍ଦ୍ଧ୍ୱ ସମୟ ଧାରଣା ଦେବା ପରେ କୌଣସି ଅଧିକାରୀ କର୍ଣ୍ଣ ପାତ କଲେ ନାହିଁ କିଛି ତ୍ରୁଟି ଥିବା ଦର୍ଶାଇ ଭୋଟ ଦେବା ରେ ବିଳମ୍ବ ହୋଇଥିବାରୁ ଏନେ ପ୍ରଥମେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଙ୍କୁ ଜଣାଇ ଥିଲେ ମଧ୍ୟ କିଛି ଫଳ ମିଳି ପାରିନଥିଲା ଯୋଉଥି ପାଇଁ ବାଧ୍ୟ ହୋଇ ଶତାଧିକ ଭୋଟର ଏ ନେଇ ଜାତୀୟ ରାଜପଥ ଅବରୋଧ କରିଥିଲେ ଓ ତାଙ୍କ ସହିତ ଥିଲେ କଣ୍ଟାମାଳ ବିଜେପି ବିଧାୟକ ପ୍ରାର୍ଥୀ କହ୍ନେଇ ଚରଣ ଡାଙ୍ଗ । ଫଳରେ ଲୋକଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହେଇଥିଲା ଏବଂ ପରିସ୍ଥିତିକୁ ଆୟତ୍ତ କରିବା ପାଇଁ ପୋଲିସ ପକ୍ଷରୁ ପ୍ରଥମେ ଫାଙ୍କା ଗୁଳି ଫାୟରିଂ ହେଇଥିଲା ଏବଂ ପରେ ଲାଠି ମାଡ଼। ପୁଣି ଲୋକଙ୍କ ପକ୍ଷରୁ ପୋଲିସ ଉପରକୁ ଟେକା ପଥର ମାଡ଼ ହେଇଥିଲା । ଏହି ସବୁ ଭିତରେ କିଛି ସାଧାରଣ ଲୋକ ଗୁରୁତର ହେଇଥିଲେ ଏବଂ ତାଙ୍କୁ ବର୍ତ୍ତମାନ ସମୟରେ ଚିକିତ୍ସାଲୟ ରେ ଭର୍ତି କରାଯାଇଛି।

author

Related Articles

Leave a Reply

Your email address will not be published. Required fields are marked *