କଣ୍ଟାମାଳ ଯୁଗ୍ମ ଜନଶୁଣାଣୀ ଶିବିରରେ 26 ଗୋଟି ଅଭିଯୋଗରୁ 8 ଅଭିଯୋଗର ତତ୍କାଳ ସମାଧାନ ସୁଚନା

କଣ୍ଟାମାଳ ଯୁଗ୍ମ ଜନଶୁଣାଣୀ ଶିବିରରେ 26 ଗୋଟି ଅଭିଯୋଗରୁ 8 ଅଭିଯୋଗର ତତ୍କାଳ ସମାଧାନ ସୁଚନା

ମଙ୍ଗଳବାର ସନ୍ଧ୍ୟା 6 ଘଣ୍ଟା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ପ୍ରାପ୍ତ ସୂଚନା ଅନୁଯାୟୀ ଆଜି କଣ୍ଟାମାଳ ବ୍ଲକ୍ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଜନଶୁଣାଣୀ ଶିବିରରେ 8 ଗୋଟି ଅଭିଯୋଗରେ ତତ୍କାଳ ସମାଧାନ ହୋଇଛି | ଶିବିରକୁ ମୋଟ 26 ଗୋଟି ମାମଲା ଆସିଥିବା ବେଳେ 20 ଗୋଟି ବ୍ୟକ୍ତିଗତ ସମସ୍ୟା ଭିତ୍ତିକ ଓ 6 ଗୋଟି ଗୋଷ୍ଠୀ ଭିତ୍ତିକ ସମସ୍ୟା ରହିଥିଲା l ତନ୍ମଧ୍ୟରୁ 8 ଟି ଅଭିଯୋଗର ତତ୍କାଳ ସମାଧାନ କରା ଯାଇଥିଲା l ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଜଣେ ହିତାଧିକାରୀଙ୍କୁ 3000 ଟଙ୍କା ସହାୟତା ପ୍ରଦାନ କରା ଯାଇଥିଲା l ଗୋଷ୍ଠୀଗତ ସମସ୍ୟା ମଧ୍ୟରେ ମନମୁଣ୍ଡା ବିରାଜିତ ଶ୍ରୀ ସୁବର୍ଣ୍ଣମେରୁ ମହାଦେବଙ୍କ ମନ୍ଦିରର ପରିଚାଳନାଗତ ଅବ୍ୟବସ୍ଥା ସମ୍ପର୍କରେ ସ୍ଥାନୀୟ ଜନସାଧାରଣ ଜିଲ୍ଲାପାଳଙ୍କୁ ଅଭିଯୋଗ କରି ଏକ ପରିଚାଳନା କମିଟି ଗଠନ ପାଇଁ ଦାବି କରିଥିଲେ | ସେ ସମ୍ପର୍କରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଜିଲ୍ଲାପାଳ ଉପ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି |

author

Related Articles

Leave a Reply

Your email address will not be published. Required fields are marked *