କଣ ଆପଣ ସକାଳେ ପଇଡ ପାଣି ପିଇବାକୁ ପସନ୍ଦ କରନ୍ତି କି ?

କଣ ଆପଣ ସକାଳେ ପଇଡ ପାଣି ପିଇବାକୁ ପସନ୍ଦ କରନ୍ତି କି ?

କଣ ଆପଣ ସକାଳେ ପଇଡ ପାଣି ପିଇବାକୁ ପସନ୍ଦ କରନ୍ତି କି ? ସକାଳେ ସାଧା ପାଣି ବଦଳରେ ପଇଡ ପାଣି ପିଇବା ଦ୍ୱାରା କଣ ସବୁ ଲାଭ ମିଳେ ଆପଣ ଜାଣନ୍ତି କି ? କୁହାଯାଏ ସକାଳେ ଖାଲି ପେଟରେ ଯଦି ଆପଣ ପାଣି ପିଅନ୍ତି ତେବେ ଏହା ଶରୀରକୁ ଅନେକ ରୋଗଠାରୁ ଦୂରରେ ରଖିଥାଏ । କିନ୍ତୁ ସାଧା ପାଣି ବଦଳରେ ଯଦି ଆପଣ ପଇଡ ପାଣି ସେବନ କରନ୍ତି ତେବେ ଏହା ଆପଣଙ୍କ ଶରୀରକୁ ଦ୍ୱିଗୁଣା ଲାଭ ଦେବ । କାରଣ ଏହା କେବଳ ଶୋଷ ମେଣ୍ଟ୍ଧବ ନଥାଏ ବରଂ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଜୁସ୍ ଏବଂ ସାଧା ପାଣି ବଦଳରେ ଶରୀରରେ ଜଳୀୟ ଅଂଶ ପୂରଣ କରିବାରେ ପଇଡ ପାଣି ଅଧିକ ସହାୟକ ହୋଇଥାଏ । ଏହା ତ୍ୱଚାରେ ଚମକ ଆଣିବା ସହ ସ୍କିନ ସମସ୍ୟାର ସମାଧାନ କରିଥାଏ । ଏବଂ ପେଟକୁ ଥଣ୍ଡା ରଖିବାରେ ମଧ୍ୟ ଖୁବ୍ ସହାୟକ ହୋଇଥାଏ ।

ତେବେ ପଇଡ ପାଣିରେ ଆଣ୍ଟିଅକ୍ସିଡେଣ୍ଟ , ଇଲେକ୍ଟ୍ରୋଲାଇଟ୍ସ ଥାଏ , ଯାହା ଶରୀରର ଦୁର୍ବଳତା ଦୂରେଇଥାଏ । ପଇଡ଼ ପିଇବା ଦ୍ବାରା ରକ୍ତଚାପ, ରକ୍ତରେ ଶର୍କରାର ମାତ୍ରାକୁ ସଠିକ୍ ରଖିଥାଏ । ପଇଡ଼ ପାଣିକୁ ନିୟମିତ ପିଇଲେ ଦୁର୍ବଳ ମାଂସପେଶୀ ସୁଦୃଢ଼ ହୋଇଥାଏ । ନିୟମିତ ପଇଡ ପାଣି କିଡନି ଷ୍ଟୋନ ଆଶଙ୍କାକୁ କମାଇଥାଏ । ଓଜନ ହ୍ରାସ କରିବାରେ ମଧ୍ୟ ପଇଡ ପାଣି ଖୁବ୍ ସହାୟକ ହୁଏ । ଏହା ସହିତ ହଜମ ପ୍ରକ୍ରିୟାକୁ ପଇଡ ପାଣି ସହଜ କରେ । କେବଳ ଏତିକି ନୁହେଁ, ପଇଡ ପାଣି ପିଇବା ଦ୍ୱାରା ଶରୀରରେ ରୋଗ ପ୍ରରିରୋଧ ଶକ୍ତି ବୃଦ୍ଧି ପାଇଥାଏ । ହାଡ ମଜବୁତ୍ ରଖିଥାଏ । ତେବେ ଅଧିକ ମାତ୍ରାରେ ଏହାର ସେବନ ଶରୀର ପ୍ରତି ଘାତକ ହୋଇପାରେ । ଡାଇରିଆ ଭଳି ସ୍ଥିତି ଉପୁଜିପାରେ । ତେଣୁ ଯଦି କୌଣସି ସ୍ୱାସ୍ଥ୍ୟ ସମସ୍ୟା ରହିଛି ତେବେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ପଇଡ ପାଣି ସେବନ କରିବା ଉଚିତ୍ ।

author

Related Articles

Leave a Reply

Your email address will not be published. Required fields are marked *