କଣ ଏବେବି ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଶାୟୀ ଅଛନ୍ତି କି ଅନ୍ୟ ବିଜେପି ନେତା ?

କଣ ଏବେବି ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଶାୟୀ ଅଛନ୍ତି କି ଅନ୍ୟ ବିଜେପି ନେତା ?

କାହିଁକି ବାରମ୍ବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଅପମାନ କରୁଛନ୍ତି ଦଳୀୟ ନେତା । କଣ ଏବେବି ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଶାୟୀ ଅଛନ୍ତି କି ଅନ୍ୟ ବିଜେପି ନେତା । ଏ ପ୍ରଶ୍ନ ଏବେ ବି ଅନେକ ଦିଗକୁ ଦେଖିଲେ ସୃଷ୍ଟି ହେଉଛି । କାରଣ ଯେବେଠାରୁ ମୋହନ ମାଝୀ ମୁଖ୍ୟମନ୍ତ୍ରୀ ଗାଦିରେ ବସିଛନ୍ତି ସେବେଠାରୁ ତାଙ୍କୁ କେଉଁଠି ନା କେଉଁଠି ଅପମାନିତ ହେବାକୁ ପଡିଥିବା ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏବଂ ମୁଖ୍ୟମନ୍ତ୍ରୀ ଗାଦିରୁ ହଟିବା ପରେ ସେଇ ଅନ୍ଦାଜ ଏବଂ ସେଇ ସମ୍ମାନ ପୂବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମିଳୁଥିବା ନଜର ଆସୁଛି । ଆଜି ବି ନବୀନ କୌଣସି ସଭାକୁ ଗଲେ ତାଙ୍କ ତାଙ୍କ ସ୍ୱତନ୍ତ୍ର ସିଟର ବ୍ୟବସ୍ଥା କରାଯାଉଛି । ଏପରିକି ସେ ଆସିବା ମାତ୍ରେ ସମସ୍ତ ନେତା ଏବଂ ସାଧାରଣ ଜନତା ମାନେ ତାଙ୍କୁ ସମ୍ମାନ ଜଣାଇ ଛିଡା ହେଉଛନ୍ତି । କିନ୍ତୁ ଏ ସବୁ ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କ୍ଷେତ୍ରରେ ଦେଖିବାକୁ ମିଳୁନି । ମୁଖ୍ୟମନ୍ତ୍ରୀ ହୋଇ ବି କେଉଁଠି ତାଙ୍କୁ ସାଧାରଣ କର୍ମୀଙ୍କ ଭଳି ଆଇକାର୍ଡ ପକେଇବାକୁ ପଡୁଛି ତ ଆଉ କେଉଁଠି ତାଙ୍କୁ ସିଟ୍ ପାଇଁ ଛିଡା ହେବାକୁ ପଡୁଛି । ଏପରିକି ମୁଖ୍ୟମନ୍ତ୍ରୀ ସିଟରେ ବସିବା ପୂବରୁ ହିଁ ଅନ୍ୟ ଦଳୀୟ ନେତାମାନେ ସିଟ୍‌ରେ ବସି ରହୁଛନ୍ତିା ଯେଉଁଥିରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଏବେବି ଦଳରେ ସମ୍ମାନ ମିଳୁନଥିବା ସାଧାରଣରେ ଆଲୋଚନା ହେଉଛି । ତେବେ ଥରେ ନଜର ପକାନ୍ତୁ ଏହି ସବୁ ଦୃଶ୍ୟ ଉପରେ । କିପରି ମୋହନ ମଞ୍ଚ ଉପରକୁ ଆସିବା ପରେ ବି ଖୋଦ ଦଳର ସଭାପତି ସିଟରେ ବସି ରହୁଛନ୍ତି । ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଚୁପଚାପ ଆସି ନିଜ ଆସନରେ ବସି ଯାଉଛନ୍ତିା ଯେଉଁଥିରୁ ମନମୋହନ ସାମଲଙ୍କ ଗବ ବଢିଯାଇଥିବା ଏବଂ ସେ ମୋହନଙ୍କୁ ସମ୍ମାନ ଦେଉନଥିବା ସ୍ପଷ୍ଟ ହୋଇପଡୁଛି । କେବଳ ଏତିକି ନୁହେଁ ଏହା ପୂବରୁ ମଧ୍ୟ ଏକ ଭରା ସଭାରେ ପୂବତନ ବିଜେପି ବିଧାୟକ ମୋହନଙ୍କ ହାତକୁ ଛିଞ୍ଚାଡି ଦେଉଥିଲେ । ଏବଂ ତାଙ୍କୁ ଅନ୍ୟ କର୍ମୀମାନଙ୍କ ପରି ବ୍ୟବହାର କରିଥିଲେ । ଯାହାର ଭିଡିଓ ଭାଇରାଲ ହେବା ପରେ ବିଜେପିକୁ ସୋସିଆଲ ମିଡିଆରେ ତୀବ୍ର ସମାଲୋଚନା କରାଯାଇଥିଲା । ଏହା ସହ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ମଧ୍ୟ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଅନ୍ୟ କର୍ମୀଙ୍କ ପରି ଆଇକାର୍ଡ ପକାଇବାକୁ ପଡିଥିଲା । ଏପରିକି ତାଙ୍କୁ ସାଧାରଣ କର୍ମୀଙ୍କ ପରି ପ୍ଲାଷ୍ଟିକ ଚେୟାରରେ ହିଁ ବସିବାକୁ ପଡିଥିଲା । ଯାହାକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଖାଲି ଏତିକି ନୁହେଁ ଦିଲ୍ଲୀ ନେତାଙ୍କ ଓଡିଶା ଗସ୍ତ ସମୟରେ ମଧ୍ୟ ତାଙ୍କ ବଡିଗାର୍ଡ ମାନେ ମୋହନଙ୍କୁ ସାଇଡ କରୁଥିବା ଏବଂ ଠେଲିଦେଉଥିବା ନଜର ଆସିଛି । ଆଉ ଏହି ସବୁ ଦୃଶ୍ୟ ସୋସିଆଲ ମିଡିଆରେ ଏବେ ବି ଭାଇରାଲ ହେବା ସହ ବିଜେପି ନେତାଙ୍କୁ ସମାଲୋଚନା କରାଯାଉଛି ଏବଂ ମୋହନ ରିମୋଟରେ ଚାଲୁଥିବା ଯେଉଁ ଚର୍ଚ୍ଚା ହେଉଛି ତାହା କେଉଁଠି ନା କେଉଁଠି ସତ ବୋଲି ପ୍ରମାଣିତ ହେଉଛିା

author

Related Articles

Leave a Reply

Your email address will not be published. Required fields are marked *