କଣ ହେବ ଅନୁଭବଙ୍କ ରାଜନୈତିକ ଭବିଷ୍ୟତ ?

କଣ ହେବ ଅନୁଭବଙ୍କ ରାଜନୈତିକ ଭବିଷ୍ୟତ ?

ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ନିଜ ନିଜ ପଦକୁ ନେଇ ଚିନ୍ତାରେ ଅନେକ ନେତା ଓ ମନ୍ତ୍ରୀ । ଏଥର ଟିକେଟ୍ ମିଳିବ ନା ମିଳିବନି ତାକୁ ନେଇ ଅନେକ ନିଜ ରାଜନୈତିକ କ୍ୟାରିୟରକୁ ନେଇ ଟେନସନରେ ଅଛନ୍ତି । ଯେଉଁ ଲିଷ୍ଟରେ ଏବେ ଅଭିନେତା ତଥା ବିଜେଡି ନେତା ଅନୁଭବ ମହାନ୍ତିଙ୍କ ନାଁ ଯୋଡି ହୋଇଯାଇଛି । ଅରିନ୍ଦମ ରାୟଙ୍କ ଭଳି ସେ ମଧ୍ୟ ଦଳରେ ଏକପ୍ରକାର କୋଣଠେସା ହୋଇପଡିଥିବା ଚର୍ଚ୍ଚା ହେଉଛି । କାରଣ ନିର୍ବାଚନକୁ ଆଉ ଅଳ୍ପ ଦିନ ବାକି ଥିବା ବେଳେ ସମସ୍ତ ଦଳରେ ଘନଘନ ବୈଠକ ଅନୁଷ୍ଠିତ ହେବାର ଦୃଶ୍ୟ ଦେଖିବାକୁ ମିଳୁଛି । ଏପରିକି ଅନେକ ଇଚ୍ଛୁକ ଥିବା ଆସନ ପାଇଁ ଲବି କରୁଥିବା ଦେଖିବାକୁ ମିଳିଛି । କିନ୍ତୁ ଅନୁଭବ ଏଯାଏଁ କୌଣସି ବୈଠକରେ ନଜର ଆସିନାହାନ୍ତି । ନବୀନ ନିବାସରେ ଅନୁଭବଙ୍ଗ ଗଡ କେନ୍ଦ୍ରାପଡା ଆସନ ପାଇଁ ଅନୁଷ୍ଠିତ ହୋଇଥିବା ବୈଠକରେ ମଧ୍ୟ ଅନୁଭବଙ୍କ ଦେଖାଦର୍ଶନ ମିଳିନଥିଲା । ତାଙ୍କୁ ନବୀନ ଡକାଇନଥିଲେ ନା ଏଥର କେନ୍ଦ୍ରାପଡାରେ ଅନୁଭବଙ୍କ ବଦଳରେ ନବୀନ ଆଉ କାହାକୁ ପ୍ରାର୍ଥୀ କରିବେ ସେନେଇ ଆଲୋଚନା ସରଗରମ । ।ଏପରିକି ଅନୁଭବଙ୍କ ବାପାଙ୍କ ବିୟୋଗରେ ମଧ୍ୟ ଦଳର କୌଣସି ସଦସ୍ୟ ତାଙ୍କ ପାଖରେ ଛିଡା ହୋଇନଥିଲେ । ଯାହାକୁ ଆକଳନ କଲେ ଜଣାପଡୁଛି ଯେ, ଦଳରେ ତାଙ୍କ ଉପସ୍ଥିତି ଆଉ ସେତେଟା ଗୁରୁତ୍ୱ ବହନ କରୁନି । ପୂର୍ବରୁ ସବୁ କାର୍ଯ୍ୟରେ ଅନୁଭବ ନଜର ଆସୁଥିବା ବେଳେ ଏବେ ନିର୍ବାଚନ ପୂର୍ବରୁ ଏପରି ଗାଏବ ହୋଇଯିବା ଗୋଟିଏ ଦିଗକୁ ଇସାରା କରୁଛି ଯେ, ସେ ମଧ୍ୟ ଅରିନ୍ଦମଙ୍କ ପରି ଦଳରେ କୋଣଠେସା ହୋଇ ପଡିରହିଛନ୍ତି । ତେବେ ୨୦୧୩ ମସିହାରୁ ସେ ଦଳରେ ଥିବା ବେଳେ ବିଗତ କିଛି ଦିନ ଧରି ନିଜ ପାରିବାରିକ ସମସ୍ୟା କାରଣରୁ ଅନୁଭବଙ୍କ ସ୍ଥିତି ଦୁର୍ବଳ ହୋଇପଡିଥିଲା । ଯାହା ତାଙ୍କ ରାଜନୈତିକ କ୍ୟାରିଅରକୁ ବିପଦରେ ପକାଇଦେଇଥିବା କୁହାଯାଉଛି । ତେବେ ଏଭଳି ସ୍ଥିତିରେ ଅନୁଭବଙ୍କ ଆଗାମୀ ପଦକ୍ଷେପ କଣ ହେବ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେ ଦଳରେ ରହିବେ ନା ଅରିନ୍ଦମଙ୍କ ଭଳି ଦଳ ବଦଳାଇବେ ତାକୁ ନେଇ ଆଲୋଚନା ଜୋର ଧରିଛି ।

author

Related Articles

Leave a Reply

Your email address will not be published. Required fields are marked *