କଥା ଦେଇ କଥା ରଖୁନାହାନ୍ତି ମୋହନ !

କଥା ଦେଇ କଥା ରଖୁନାହାନ୍ତି ମୋହନ !

ଓଡିଶାରେ ବିଜେପି ସରକାରକୁ ମାସେ ପୂରିଗଲା କିନ୍ତୁ ଏବେ ପର୍ଯ୍ୟନ୍ତ କୌଣସି ଯୋଜନା କାର୍ଯ୍ୟକାରୀ ହେଲା ନାହିଁ । ହଁ ଦର୍ଶକବନ୍ଧୁ ଚଳିତ ସାଧାରଣ ନିର୍ବାଚନ ପୂର୍ବରୁ ଗୋଟିଏ କଥା ହିଁ ରାଜ୍ୟରେ ଚହଳ ପକାଇଥିଲା । ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ଓ ରତ୍ନ ଭଣ୍ଡାର ଚାବି ହଜିବା ନେଇ ଜୋର ଧରିଥିଲା ରାଜନୀତି । ପୂର୍ବର ବିଜେଡି ନେତା ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ କରି କୁହାଯାଉଥିଲା କି ରତ୍ନଭଣ୍ଡାର ଚାବି ତାମିଲନାଡୁରେ ରହିଛି ଏବଂ ଚାବି ହଜିବା ପଛରେ ଭିକେ ପାଣ୍ଡିଆନଙ୍କ ହାତ ରହିଛି । ରତ୍ନ ଭଣ୍ଡାର ଏବଂ ଚାରିଦ୍ୱାର ଖୋଲିବା ପ୍ରସଙ୍ଗ ନେଇ ପୂର୍ବର ବିଜେଡି ସରକାରକୁ ଘେରୁଥିଲା ବିଜେପି । ଏବଂ ନିଜେ ସରକାରକୁ ଆସିଲେ ଚାରିଦ୍ୱାର ଖୋଲିବା ସହିତ ରତ୍ନଭଣ୍ଡାର ଚାବି ହଜିବା ରିପୋର୍ଟକୁ ସାର୍ବଜନୀନ କରାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ନରେନ୍ଦ୍ର ମୋଦି । କିନ୍ତୁ ବିଜେପି ସରକାର ଗଢିବାର ମାସେ ବିତିଗଲା କେବଳ ରତ୍ନ ଭଣ୍ଡାର ଖୋଲାଯିବା ବ୍ୟତୀତ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟ ହୋଇନାହିଁ । ପ୍ରଥମେ ରତ୍ନ ଭଣ୍ଡାର ଖୁବଶୀଘ୍ର ଖୋଲାଯିବ କହି 14 ତାରିଖକୁ ରତ୍ନ ଭଣ୍ଡାର ଖୋଲିବା ତାରିଖ ଘୁଞ୍ଚାଇଲେ ଚାବି ନଥିଲେ ମଧ୍ୟ ତାଲା ଭଙ୍ଗାଯାଇ ରତ୍ନ ଭଣ୍ଡାର ଖୋଲାଯିବ ବୋଲି ବିଜେପି ସରକାର କହିଛି । କିନ୍ତୁ ରତ୍ନ ଭଣ୍ଡାର ଚାବି ହଜିବା ରିପୋର୍ଟକୁ ସାର୍ବଜନୀନ କରାଇବେ ବୋଲି ମୋଦି ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ଏବେ ପର୍ଯ୍ୟନ୍ତ ପୂର୍ଣ୍ଣ ହୋଇନାହିଁ । ଏହି ଘଟଣାକୁ ନେଇ ଚର୍ଚ୍ଚା ହେଉଛି ଓଡିଶାବାସୀ ବିଜେପି ସରକାର ଦ୍ୱାରା ଠକାମିର ଶିକାର ହେଉଛନ୍ତି । ତେବେ ଆସନ୍ତା 14 ତାରିଖରେ ରତ୍ନ ଭଣ୍ଡାର ଖୋଲିବାରେ କେତେ ସଫଳ ହେଉଛି ମୋହନ ସରକାର ଏବଂ କେବେ ଚାବି ହଜିବା ପ୍ରସଙ୍ଗ ସାର୍ବଜନୀନ ହେବ ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *