କଥା ବଦଳାଇଲେ ଖାରବେଳ

କଥା ବଦଳାଇଲେ ଖାରବେଳ

ରାଜ୍ୟ ବିଜେପିର ପ୍ରାର୍ଥୀ ତାଲିକା ଘୋଷଣା ହେବା ପରେ ବିଜେପି ଉପରେ ଅସନ୍ତୁଷ୍ଟ ଥିଲେ ଖାରବେଳ ସ୍ୱାଇଁ । ସେ ବାଲେଶ୍ୱରରୁ ଲୋକସଭା ଟିକେଟ ଆସାୟୀ ଥିଲେ । ପ୍ରାର୍ଥୀ ଘୋଷଣା ପରେ ପ୍ରେସମିଟ କରି ସ୍ୱାଧୀନ ପ୍ରାର୍ଥୀ ହୋଇ ଲଢିବେ ବୋଲି ସୂଚନା ଦେଇଥିଲେ । ଏବେ ସେ ପୁଣିଥରେ ତାଙ୍କ ନିଜ କଥାକୁ ବଦଳାଇଛନ୍ତି । କହିଛନ୍ତି ସେ ସ୍ୱାଧୀନ ପ୍ରାର୍ଥୀ ହୋଇ ଲଢିବା କଥା ସେ ଉତ୍ତେଜିତ ହୋଇ କହିଥିଲେ । ଏବେ ସେ ବାଲେଶ୍ୱରରୁ ପ୍ରାର୍ଥୀ ବଦଳାଇବାକୁ ପ୍ରସ୍ତାବ ଦେଇଛନ୍ତି । ସେ କହିଛନ୍ତି ଯେ ସେ କନ୍ଧମାଳ ଯିବା ପାଇଁ ଚାହୁଁ ନାହାନ୍ତି ତାଙ୍କୁ ବାଲେଶ୍ୱରରେ ରଖାଯାଉ ଏବଂ ପ୍ରତାପ ଷଡଙ୍ଗୀଙ୍କୁ କନ୍ଧମାଳ ପଠାଯାଉ । ପ୍ରତାପ ଷଡଙ୍ଗୀଙ୍କୁ ବିଜେପି ବାଲେଶ୍ୱରରୁ ସାଂସଦ ପ୍ରାର୍ଥୀ ଘୋଷଣା କରିବା ପରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ଖାରବେଳ । କହିଛନ୍ତି ପୂର୍ବରୁ ସେ ସ୍ୱାଧୀନରୁ ଲଢିବେ ବୋଲି ଯାହା କହିଥିଲେ ସେଥିରୁ ସେ ଓହରୁଛନ୍ତି ବୋଲି କହିଛନ୍ତି । ବରଂ ସେ ପୁଣି ବିଜେପିରୁ ଲଢିବେ କିନ୍ତୁ ଆଉ କନ୍ଧମାଳରୁ ନୁହେଁ ବରଂ ବାଲେଶ୍ୱରରୁ । ତେବେ ଏବେ ଖାରବେଳ ସ୍ୱାଇଁଙ୍କ ବିରୁଦ୍ଧରେ କଣ ହେବ ବିଜେପିର ହାଇକମାଣ୍ଡଙ୍କ ନିଷ୍ପତ୍ତି ତାହା ଦେଖିବାକୁ ବାକି ରହିଲା ।

author

Related Articles

Leave a Reply

Your email address will not be published. Required fields are marked *