କନଷ୍ଟେବଳ ମହାସଂଘ ନିର୍ବାଚନ: 

କନଷ୍ଟେବଳ ମହାସଂଘ ନିର୍ବାଚନ: 

ଆସନ୍ତା ୧୬ ତାରିଖରେ ଏଥିପାଇଁ ଭୋଟ ଗ୍ରହଣ କରାଯିବ ଓ ୧୯ରେ ଭୋଟ ଗଣତି ହେବ । ଗତ ୨୦୧୯ ମସିହା ଏପ୍ରିଲ ମାସରୁ ମହାସଂଘ କାର୍ଯ୍ୟକାଳ ଶେଷ ହୋଇଥିଲା । ପୁନଃ ନିର୍ବାଚନ ନିଷ୍ପତ୍ତି ଝୁଲି ରହିଥିଲା ।  ଏଥର ମୈଦାନରେ ଜଣେ ହେଲେ ପୂର୍ବଥରର କର୍ମକର୍ତ୍ତା ନଥିବା ଜଣାପଡ଼ିଛି । ଷଷ୍ଠ ବାଟାଲିୟନରେ ୧୯ ତାରିଖରେ ଫଳାଫଳ ପ୍ରକାଶ ପାଇବା ବୋଲି ଜଣାପଡ଼ିଛି । ଏହାର ଅର୍ଥ ହେଉଛି, ମହାସଂଘ ନିର୍ବାଚନରେ ପ୍ରତି ଶାଖା ସଂଘରୁ ୫ ଜଣ ଲେଖାଏଁ ଏପରି ଭାବେ ମୋଟ ୨୫୦ ଜଣ ସଦସ୍ୟ ଭୋଟ ଦେବେ । 

ଏହି ନିର୍ବାଚନ ପ୍ରକ୍ରିୟାରେ ଆଇଜି ପର୍ସୋନେଲ ପ୍ରବୀଣ କୁମାର କେନ୍ଦ୍ରୀୟ ରିଟର୍ଣ୍ଣିଂ ଅଫିସର ଭାବେ ନିୟୋଜିତ ହୋଇଛନ୍ତି ।  ସେହିଦିନ ଅପରାହ୍ଣ ୫ଟା ସମୟର ନାମାଙ୍କନର ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ । ୮ ତାରିଖରେ ଓଡ଼ିଶା ପୋଲିସ ପ୍ରେସରେ ବାଲଟ୍ ପେପର ପ୍ରିଣ୍ଟ କରାଯିବ ଓ ପ୍ରତି ଏଷ୍ଟାବ୍ଲିସମେଣ୍ଟକୁ ୬ଟି ସେଟ୍ ବାଲଟ୍ ପେପର ପଠାଯିବ । ୨୦୧୭ ଏପ୍ରିଲରେ ଶେଷ ଥର ନିର୍ବାଚନ ହୋଇଥିଲା ।

author

Related Articles

Leave a Reply

Your email address will not be published. Required fields are marked *