କନ୍ଦାଉଛି ପରିବା ଦର, କାନ୍ଦୁଛି ଖାଉଟି

କନ୍ଦାଉଛି ପରିବା ଦର, କାନ୍ଦୁଛି ଖାଉଟି

ରାଜ୍ୟରେ ହୁ ହୁ ହୋଇ ବଢିଚାଲିଛି ପରିବା ଦର । ଖାଉଟିଙ୍କ ଭାତ ଥାଳି ଉପରେ ପଡୁଛି ଜୋରଦାର ମହଙ୍ଗା ମାଡ । ଡାଲି, ତେଲ ଦର ବଢିବା ପରେ ଏବେ ଆକାଶଛୁଆଁ ହୋଇଛି ପରିବା ଦର । ଖାସ କରି ଟ୍ୱିନ ସିଟିରେ ପରିବା ଦର ବଢିବା ପରେ ଗ୍ରାହକ ଛାନିଆ ହେଲେଣି । ଅଧିକାଂଶ ପରିବା ଦର ୮୦ ଟଙ୍କା ଉପରେ ରହିଥିବା ଜଣାପଡିଛି । ଦୁଇ ଦିନ ତଳେ ଯେଉଁ ପରିବା ୩୦, ୪୦ ଟଙ୍କାରେ ମିଳୁଥିଲା ଏବେ ସେଥିରେ ପରିବର୍ତ୍ତ ନ ଆସି ୧୦ରୁ ୨୦ ଟଙ୍କା ଅଧିକରେ ବିକ୍ରି ହେଉଛି । ଅଦା ରସୁଣ ବି ଏଥିରୁ ବାଦ ପଡିନାହାନ୍ତି । ପରିବା ଉଚ୍ଚ ଦର ଯୋଗୁଁ ମଧ୍ୟବିତ୍ତ ଗ୍ରାହକଙ୍କ ପାଇଁ ପରିବା କିଣିବା କଷ୍ଟକର ହେଉଛି । ଚାଉଳ, ଡାଲି ଓ ତେଲଠୁ ଆରମ୍ଭ କରି ଅଟା, ମଇଦା ଓ ସୁଜି ଆଦି ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଦର ଗତ କିଛି ଦିନ ଭିତରେ ଆଶାତୀତ ବୃଦ୍ଧି ପାଇବା ପରେ, ଚିନ୍ତାରେ ପଡିଛନ୍ତି ଖାଉଟି। ତେବେ ଏହି ଦରବୃଦ୍ଧି ପାଇଁ ଉତ୍ପାଦନ ହ୍ରାସ ଓ କର୍ପୋରେଟ୍ ସଂସ୍ଥାଙ୍କ ମନମୁଖୀ ଦର ନିୟନ୍ତ୍ରଣକୁ ଦାୟୀ କରିଛି ବ୍ୟବସାୟୀ ସଂଘ । ଏପଟେ କଲବଲ କରୁଛି ନିତିଦିନିଆ ଖାଦ୍ୟ ସାମଗ୍ରୀର ଉଚ୍ଚା ଦର । ୧୫ ଦିନରେ ଚାଉଳ କ୍ବିଣ୍ଟାଲ ୪ ଶହ ଟଙ୍କା ମହଙ୍ଗା ହେଲାଣି। ପୂର୍ବରୁ ଯେଉଁ ଚାଉଳ କେଜି ପିଛା ୩୧ ଟଙ୍କାରେ ବିକ୍ରି ହେଉଥିଲା, ତାହା ଏବେ ୩୫। ସୋରିଷ ତେଲ ବି ଲିଟର ପିଛା ୧୨ ରୁ ୧୫ ଟଙ୍କା ବଢ଼ି, ୧୩୫ ଛୁଇଁଲାଣି। ଗଲା ୩ ମାସ ଭିତରେ ହରଡ଼ ଡାଲି କିଲୋ ପିଛା ୪୦ ଟଙ୍କା ବଢ଼ି ୧୭୦ ଟପିଛି । ଆଉ ଅଟା, ମଇଦା ଓ ସୁଜି ଆଦି ୧୦-୧୫ ଦିନରେ ୪ରୁ ୫ ଟଙ୍କା ଲେଖାଏଁ ମହଙ୍ଗା ହୋଇଛି। ରୋଷେଇ ଘର ସାମଗ୍ରୀର ଏମିତି ଦରବୃଦ୍ଧି ଦେଖି, ଗୃହିଣୀଠୁ ଆରମ୍ଭ କରି ସାଧାରଣ ଖାଉଟି ଏବଂ ଚାଳିଆ ହୋଟେଲ ମାଲିକ ବି ତ୍ରାହି ତ୍ରାହି ଡାକିଲେଣି।

author

Related Articles

Leave a Reply

Your email address will not be published. Required fields are marked *