କନ୍ଦାଉଛି ପିଆଜ ଦର

କନ୍ଦାଉଛି ପିଆଜ ଦର

ମହଙ୍ଗା ହେଲାଣି ପିଆଜ । ରୋଷଇ ଘରୁ ଏବେ ଆଉ ପିଆଜକୁ ଦେଖିବାକୁ ମିଳୁନି । ନବରାତ୍ରୀ ପରେ ହୁ ହୁ ହୋଇ ବଢୁଛି ପିଆଜ ଦର । ଦେଶର ରାଜଧାନୀ ଦିଲ୍ଲୀରେ ସର୍ବାଧିକ ରହିଛି ପିଆଜ ଦର । ରାଜଧାନୀ ଦିଲ୍ଲୀରେ ପିଆଜ କିଲୋ ପିଛା ୯୦ରୁ ୧୦୦ ଟଙ୍କା ଦର ରହିଛି । ଆଗକୁ ଆହୁରି ବଢିବ ବୋଲି ବ୍ୟବସାୟୀ ମାନେ କହିଛନ୍ତି । ପିଆଜର ଦରବୃଦ୍ଧିକୁ ନେଇ ଅତିଷ୍ଟ ହୋଇଛନ୍ତି । ରୋଷଇ ଗର ଉପରେ ପିଆଜ ଦର ଏବେ ରୋଷେଇ କରିବାକୁ କଷ୍ଟ ହେଉଛି । ଦୁର୍ଗାପୂଜା ପରେ ହଠାତ ପିଆଜର ଦରବୃଦ୍ଧି ହୋଇଛି ।

ନବରାତ୍ରୀ ସରଯିବା ପରେ ଗତ ଶୁକ୍ରବର ଦିନ ଆମିଷ ବାରୀ ଥିବାରୁ ମହଙ୍ଗା ପିଆଜର ଦର ଲୋକଙ୍କୁ ରୋଷେଇ ପାଇଁ କିଣିବାକୁ ଅତିସହ୍ୟ ହେଉଛି । ମଣ୍ଡିଗୁଡିକରେ କିଣା ଦର ଅଧିକ ପଡୁଥିବାରୁ ସେମାନଙ୍କୁ ମଧ୍ୟ ଉଚ୍ଚ ଦରରେ ବିକ୍ରି କରିବାକୁ ପଡୁଛି ବୋଲି କହିଛନ୍ତି ବ୍ୟବସାୟୀ । ପିଆଜ ସହ ଅନ୍ୟ ପରିବା ଦର ମଧ୍ୟ ବଡିଛି । ଫଳରେ ସାଧାରଣ ଲୋକେ ସମସ୍ୟା ଭୋଗୁଛନ୍ତି । କାର୍ତ୍ତିକ ମାସ ଆରମ୍ଭ ହେବାକୁ ଥିବା ବେଳେ ପରିବା ଦରବୃଦ୍ଧି ହେବାର କିପରି ରୋଷେଇ ହେେ ସେଥିନେଇ ଚିନ୍ତାରେ ସାଧାରଣ ଲୋକ ।

author

Related Articles

Leave a Reply

Your email address will not be published. Required fields are marked *