କବିସୂର୍ଯ୍ୟନଗରରେ ଲତିକାଙ୍କ ଗୁଣ୍ଡାରାଜ

କବିସୂର୍ଯ୍ୟନଗରରେ ଲତିକାଙ୍କ ଗୁଣ୍ଡାରାଜ

ନିର୍ବାଚନ ଯେତିକି ପାଖଉଛି ବିଜୁ ଜନତା ଦଳର କର୍ମୀଙ୍କ ଦାଦାଗିରି ସେତିକି ସେତିକି ବଢୁଛି । ରାଜ୍ୟରେ ଏବ ବିଧାୟକ ସାଙ୍ଗକୁ ବିଧାୟିକା ପ୍ରାର୍ଥୀଙ୍କ ଗୁଣ୍ଡାରାଜ ମଧ୍ୟ ବଢିବାରେ ଲାଗିଛି । ଯେଉଁ ଲୋକମାନେ ତାଙ୍କୁ ଭୋଟ ଦେଇ ନିର୍ବାଚିତ କରାଉଛନ୍ତି ସେହିମାନଙ୍କୁ ଅସମ୍ନାନିତ କରିବା ସହିତ ମାଡମାରୁଛନ୍ତି । ହଁ ଆଜ୍ଞା ଏକଥା ଆମେ କହୁନୁ ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କବିସୂର୍ଯ୍ୟନଗରରେ । କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଜଣେ ମହିଳା ହୋଇ କିପରି ଜଣେ ମହିଳାଙ୍କୁ ଉପରକୁ ଆକ୍ରମଣ କରିଛନ୍ତି ତାହା ଦେଖନ୍ତୁ । ଟିକିଏ ନଜର ପକାନ୍ତୁ ଏହି ଦୃଶ୍ୟ ଉପରେ କିପରି ମହିଳାଙ୍କୁ ମାଡ ମାରୁଛନ୍ତି ବିଜେଡି କର୍ମୀ । ବିଧାୟିକା ଲତିକା ପ୍ରଧାନଙ୍କ ପ୍ରଚାର ସମୟରେ ତାଙ୍କ ଅଞ୍ଚଳରେ ଉନ୍ନତିମୂଳକ କାମ ହୋଇନଥିବାର ପ୍ରଶ୍ନ କରିବାକୁ ଯାଇଥିଲେ ଏହି ମହିଳା ଦୁଇଜଣ, କିନ୍ତୁ ବିଜେଡି ବିଧାୟିକା ପ୍ରାର୍ଥୀ ଲତିକା ପ୍ରଧାନଙ୍କ ଇସାରା କ୍ରମରେ ତାଙ୍କ କର୍ମୀ ମାନେ ମହିଳାଙ୍କୁ ମାଡ ମାରିବାକୁ ପଛାଇ ନଥିଲେ ଏବଂ ବିଧାୟିକା ଏହି ସମୟରେ ମହିଳାଙ୍କୁ ମାଡ ମାରିବା ସହ ଦେଖିନେବି ବୋଲି କହିଥିଲେ । ଘଟଣାରେ ଜଣେ ମହିଳା ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ପ୍ରଶ୍ନ ଉଠୁଛି ଗଣତନ୍ତ୍ରରେ ସାଧାରଣ ଜନତାର କଣ ପ୍ରଶ୍ନ ପଚାରିବାର ଅଧିକାର ନାହିଁ । ମାଆକୁ ସମ୍ମାନ ଓ ମହିଳାଙ୍କୁ ସ୍ୱାବଲମ୍ୱୀ କରାଇବାର ନାରା ଦେଉଥିବା ବିଜେଡି ସରକାରର ଏ କିପରି ନ୍ୟାୟ । ଯେଉଁ ଲୋକମାନଙ୍କ ଭୋଟରେ ଆଜି ଶାସନ ଗାଦିରେ ବସୁଛନ୍ତି ସେହିମାନଙ୍କ ଉପରେ ଅତ୍ୟାଚାର କରୁଛନ୍ତି । ନିର୍ବାଚନ ଆସିଲେ ଲୋକମାନଙ୍କ ପାଖକୁ ଯାଇ ଭୋଟ ମାଗିବେ ଏବଂ ନିର୍ବାଚନ ସରିଗଲା ପରେ ଏଣ୍ଡୁଅ ପରି ନିଜର ରଙ୍ଗ ବଦଳାଇ ଦିଅନ୍ତି ଏହି ନେତା ।  ମହିଳାଙ୍କୁ ସମ୍ମାନ ଦେଉଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣା ଉପରେ କି ନିଷ୍ପତ୍ତି ନେଉଛନ୍ତି ତାହାର ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *