କମିଲା ଶୀତ,ବଢିଲା କୁହୁଡି

କମିଲା ଶୀତ,ବଢିଲା କୁହୁଡି

ରାଜ୍ୟରେ ଶୀତର ପ୍ରକୋପ କିଛିଟା କମିଛି କିନ୍ତୁ ସକାଳୁ ସକାଳୁ ଅତ୍ୟଧିକ କୁହୁଡି ଜମୁଥିବା ହେତୁ ବାହାରକୁ ବାହାରିବା ମୁସ୍କିଲ ହେଇଯାଉଛି । ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ କୁହୁଡି ଦେଖିବାକୁ ମିଳିଛି । କଟକ ଭୁବନେଶ୍ୱର ସମେତ ସୋନପୁର, କୋରାପୁଟ, ବଲାଙ୍ଗୀର, ବୌଦ୍ଧ, ଅନୁଗୁଳ, କଳାହାଣ୍ଡି, କନ୍ଧମାଳ, ରାୟଗଡା, ଦେବଗଡ, ସୁନ୍ଦରଗଡ ଓ ଜଗତସିଂହପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡି ହୋଇଛି । ଆସନ୍ତାକାଲି ସକାଳେ ନୟାଗଡ, କଟକ ଓ ଖୋର୍ଦ୍ଧା ଜିଲ୍ଲାର କିଛି ସ୍ଥାନରେ ଘନ କୁହୁଡି ହେବାର ସମ୍ଭାବନା ରହିଛି । ଏଥିପାଇଁ ଏସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଜାନୁଆରିରେ ଶୀତର ପ୍ରଭାବ କମିପାରେ । ସ୍ୱାଭାବିକ ଠାରୁ ରାତିର ତାପମାତ୍ରା ଅଧିକ ରହିବା ଯୋଗୁଁ ରାତିରେ ଥଣ୍ଡା କମିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ।

author

Related Articles

Leave a Reply

Your email address will not be published. Required fields are marked *