କମୁଛି ପାରଦ ୨୪ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ଶୀତ

କମୁଛି ପାରଦ ୨୪ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ଶୀତ

ରାଜ୍ୟରେ ଅନେକ ସ୍ଥାନରେ ଆଜି ଶୀତର ଲହରୀ ଦେଖିବାକୁ ମିଳିଛି । ଶୀତର ପ୍ରଭାବରେ ଆଜି ସକାଳୁ କୁହୁଡିର ଆସ୍ତରଣ ମଧ୍ୟ ଦେଖିବାକୁ ମିଳିଥିଲା । ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ୨ରୁ୩ ଡିଗ୍ରୀ ପାରଦ କମିଛି । ଓଡିଶାରେ ବାତ୍ୟାର ପ୍ରଭାବ କମିବା ପରେ ଆଜି ସକାଳୁ ଶୀତର ପ୬ଭାବ ଅନୁଭୂତ ହୋଇଛି । ।୧୪ ତାରିଖ ବେଳକୁ ରାଜ୍ୟ ଅଧିକାଂଶ ସହରର ତାପମାତ୍ରା ୧୫ ଡିଗ୍ରୀକୁ ଖସିବା ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । କୋରାପୁଟରେ ରାତି ତାପମାତ୍ରା ୯ ଡ୍ରିଗ୍ରୀକୁ ଖସିଆସିବ ବୋଲି ଆକଳନ କରାଯାଇଛି । ତେବେ ରାଜ୍ୟରେ କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୧୧ ଦଶମିକ ୩ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି କେନ୍ଦୁଝରରେ ୧୧ ଦଶମିକ ୫, ବାରିପଦାରେ ୧୪ ଦଶମିକ ୨, ଦାରିଙ୍ଗବାଡିରେ ୧୨ ଦଶମିକ ୫, ରାଉରକେଲାରେ ୧୩ ଦଶମିକ ୩, ଝାରସୁଗୁଡାରେ ୧୩ ଦଶମିକ ୨, ଫୁଲବାଣୀରେ ୧୪ ଦଶମିକ ୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *