କମେଡି କିଙ୍ଗ୍ ରବି ଶତପଥୀ ଅସୁସ୍ଥ

କମେଡି କିଙ୍ଗ୍ ରବି ଶତପଥୀ ଅସୁସ୍ଥ

ଯାତ୍ରା ଜଗତର କମେଡି କିଙ୍ଗ ରବି ଶତପଥୀଙ୍କ ଅଭିନୟ ଦେଖିବା ପାଇଁ ଯାତ୍ରା ପେଣ୍ଡାଲରେ ଶହ ଶହ ସଂଖ୍ୟାରେ ଭିଡ ଲାଗିରହିଥାଏ । ତାଙ୍କ ଘର ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ କଳଦୀପ ଗାଁରେ । ନିଖୁଣ ଅଭିନୟ କରି ଲୋକଙ୍କ ପ୍ରିୟ ହୋଇପାରିଥିଲେ ରବି । ହେଲେ କିଛି ମାସ ହେବ ରବି ଶତପଥୀଙ୍କ କମେଡି ଆଉ ଦେଖିବାକୁ ମିଳୁନି । ଦର୍ଶକ ଆଉ ତାଙ୍କ କମେଡି ମଧ୍ୟ ଦେଖିବାକୁ ପାଉ ନାହାଁନ୍ତି । ରଜ ସମୟରେ କମେଡି କିଙ୍ଗ ରବି ଶତପଥୀ ନାଟକ କରିବା ପାଇଁ ଘରୁ ବାହାରି ସାରିଥିଲେ । ଯାତ୍ରାରେ ଅଭିନୟ କରିବା ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା । ହେଲେ ହଠାତ ତାଙ୍କ ଦେହ ଅସୁସ୍ଥ ହୋଇ ତାଙ୍କର ବାନ୍ତି ହୋଇଥିଲା ଏବଂ  ଘର ଲୋକ ହସ୍ପିଟାଲ ନେବା ପରେ ଜାଣିବାକୁ ପାଇଥିଲେ ସେ କ୍ୟାନସରରେ ଆକ୍ରାନ୍ତ । ଅଧିକ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇ କେମୋ ମଧ୍ୟ ଦିଆଯାଇଥିଲା ହେଲେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ପରିବର୍ତ୍ତନ ଆସିଲାନି । ଏବେ ସେ ଶଯ୍ୟାଶାୟୀ । 500ରୁ ଅଧିକ ଯାତ୍ରାରେ ନାଟକ କରି ଅନେକ ଲୋକପ୍ରିୟତା ସାଉଁଟିବା ସହ ପୁରସ୍କାର ପାଇଛନ୍ତି ରବି ଶତପଥୀ ।  

author

Related Articles

Leave a Reply

Your email address will not be published. Required fields are marked *