କରୋନାରେ ଆକ୍ରାନ୍ତ ହେଲେ ବଲିଉଡ ଖିଲାଡି …

କରୋନାରେ ଆକ୍ରାନ୍ତ ହେଲେ ବଲିଉଡ ଖିଲାଡି …

ବଲିଉଡ ଖିଲାଡି ଅକ୍ଷୟ କୁମାରଙ୍କୁ ନେଇ ଆସିଛି ଏକ ବଡ ଅପଡେଟ୍ । କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି ଅକ୍ଷୟ । ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିବା ସୂଚନା ମିଳିଛି । ଏହି କାରଣ ପାଇଁ ସେ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀଙ୍କ ବାହାଘରରେ ଯୋଗ ଦେଇନଥିଲେ । ତେବେ ଦେଶରେ ଏକ ଭୟଙ୍କର ମାହୋଲ ସୃଷ୍ଟି କରିିଥିବା ମହାମାରୀ କରୋନା ଏଣ୍ଡେମିକ୍ ସ୍ଥିତିରେ ଥିବା ବେଳେ ଅକ୍ଷୟ କୁମାରଙ୍କ ଭଳି ଜଣେ ଫିଟ୍ ଲୋକ ଏଥିରେ ସଂକ୍ରିମିତ ହେବା ଏବେ ତାଙ୍କ ଫ୍ୟାନ୍ସଙ୍କ ସହ ସମସ୍ତଙ୍କୁ ଚକିତ କରିଦେଇଛି । ଅନ୍ୟପଟେ ଅକ୍ଷୟ ତୃତୀୟ ଥର ପାଇଁ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଗତ କିଛି ଦିନ ଧରି ଅକ୍ଷୟ ନିଜର ଆଗାମୀ ଫିଲ୍ମ ସରଫିରାର ପ୍ରମୋସନରେ ବ୍ୟସ୍ତ ରହିଥିଲେ । ଏହି ସମୟରେ ତାଙ୍କ ଶରୀରରେ କରୋନାର ଲକ୍ଷଣ ପରିଲକ୍ଷିତ ହୋଇଥିଲା । ପରେ ସେ ନିଜର ଟେଷ୍ଟ କରାଇଥିଲେ । ଏବଂ ରିପୋର୍ଟ ପଜିଟିଭ୍ ଆସିଥିବାରୁ ସେ ନିଜ ଫିଲ୍ମର ପ୍ରମୋସନ ମଧ୍ୟ ବନ୍ଦ କରିଦେଇଛନ୍ତି । ତେବେ କେବଳ ଅକ୍ଷୟ ନୁହଁନ୍ତି ଅକ୍ଷୟଙ୍କ ସହ ତାଙ୍କ ଟିମ୍ ମେମ୍ବରମାନେ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ତେବେ ଏହା ପୂବରୁ ଅକ୍ଷୟ ୨୦୨୧ ଏପ୍ରିଲ ଏବଂ ୨୦୨୨ ମେ ମାସରେ କରୋନା ଭାଇରସରେ ସଂକ୍ରମିତ ହୋଇଥିଲେ । ପ୍ରଥମଥର କରୋନା ଭାଇରସ ଆଟାକ କରିବା ପରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ୨୦୨୨ରେ ଅକ୍ଷୟ କୁମାର କରୋନାରେ ଆକ୍ରାନ୍ତ ହେବାରୁ କାନସ ଫିଲ୍ମ ଫେଷ୍ଟିଭାଲର ଇଣ୍ଡିଆ ପ୍ୟାଭିଲିୟନକୁ ଯାଇ ନଥିଲେ।

author

Related Articles

Leave a Reply

Your email address will not be published. Required fields are marked *