କର୍ତ୍ତବ୍ୟପଥର ଭବ୍ୟ ସମାରୋହରେ ନାରୀଶକ୍ତି

କର୍ତ୍ତବ୍ୟପଥର ଭବ୍ୟ ସମାରୋହରେ ନାରୀଶକ୍ତି

୭୫ତମ ସାଧାରଣତନ୍ତ୍ର ଦିବସ ଅବସରରେ ନାରୀ ଶକ୍ତି ଓ ଆତ୍ମନିର୍ଭର ଭାରତ ପ୍ରମୁଖତା ଭାବେ ସ୍ଥାନ ପାଇଥିଲା । ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀର କର୍ତ୍ତବ୍ୟ ପଥର ଭବ୍ୟ ସମାରୋହରେ ଭାରତର ନାରୀଶକ୍ତିର ସାମର୍ଥ୍ୟ ସାରା ବିଶ୍ୱ ଦେଖିଛି । ପ୍ରତମ ତର ପାଇଁ ମହିଲାମାନେ ପ୍ୟରେଡ ଆରମ୍ଭ କରିଛନ୍ତି । ଏଥର କିନ୍ତୁ ପାରମ୍ପରିକ ଢଙ୍ଗରେ ଶଙ୍ଖ ଧ୍ୱନି ଓ ନାଗଡା ବଜାଇ ପରେଡ ଆରମ୍ଭ କରିଥିଲେ ଶହେ ଜଣ ମହିଳା କଳାକାର । ସେହିପରି ପରେଡ ପରେ ମହିଳା ସେନା କ୍ରୀଡା ପ୍ରଦର୍ଶନ କରିଥିଲେ । ଏଥର ପ୍ରଥମଥର ପାଇଁ ମହିଳାମାନଙ୍କ କ୍ରୀଡା ପ୍ରଦର୍ଶନ ସମସ୍ତଙ୍କୁ ରୋମାଞ୍ଚିତ କରିଛି । ବାୟୁସେନାର ମହିଳା କମାଣ୍ଡରଙ୍କ ନେତୃତ୍ୱରେ ସାମରିକ କଳାକୌଶଳ କର୍ତବ୍ୟପଥର ଉପସ୍ଥିତ ସମସ୍ତ ଭାରତୀୟଙ୍କ ମନରେ ଗର୍ବ ଓ ଆତ୍ମ ବିଶ୍ୱାସ ଭରି ଦେଇଥିଲା ।

author

Related Articles

Leave a Reply

Your email address will not be published. Required fields are marked *