କଲରାପତରୀଆ ବାଘର ଚମଡା ଜବଦ |

କଲରାପତରୀଆ ବାଘର ଚମଡା ଜବଦ |

ମୟୁରଭଞ୍ଜ ଜିଲା ଶିମିଳିପାଳ ନେଟୱର୍କ ଟିମ ଶୁକ୍ରବାର ଚଢ଼ଉକରି ଏକ କାଲରାପତ୍ରିଆ ବାଘ ଚମଡା ଜବତ କରିଛି | ଏହି ଘଟଣାରେ ବଡ଼ସାହି ଥାନା ଅଧୀନ ଯଦୁନାଥପୁର ବଂଧଶାହୀ ଅଂଚଳରେ ଭୁବନ ସିଂ କୁ ଅଟକ ରଖି ପଚରାଉଚରା କରାଯାଇଥିଲା |
ସୂଚନା ଅନୁସାରେ ବାଘ ଚମଡା ବିକ୍ରି ପାଇଁ ଡ଼ିଲ କରାଯାଉଥିଲା | ବନ ବିଭାଗ ଖବର ପାଇଁଥିଲେ | ଶିମିଳିପାଳ ବାଘ ସରାଙ୍ଖ୍ୟଣ ପ୍ରକଳ୍ପ ଦକ୍ଷିଣ ଡିଭିଜନର ଉପ ନେର୍ଧେସକ ସମ୍ରାଟ ଗୌଡ଼ଙ୍କ ଶିମିଳିପାଳ ନେଟୱର୍କ ଟିମ ଚଢ଼ାଉ କରିବାକୁ ପ୍ରସ୍ତୁତି ହୋଇଥିଲା | ଗ୍ରାହକ ସାଜି ବାଘ ଚମଡା କିଣିବାକୁ ଯୋଜନା କରି ଅଭିଯୁକ୍ତକୁ ଡୁକୁରକୁ ଡାକିଥିଲେ |ବାଘ ଚମଡା ଧରି ସେ ପହଂଚିବା ପରେ କର୍ମଚାରୀକୁ ଦେଖି ଖସିଯିବାକୁ ଉଡିୟମ କରିଥିଲେ | ଡୁକୁରା ଡାକ୍ତରଖାନା ପାର୍ଶ୍ଵ ପୋଖରୀ ନିକଟରେ ତାଂକୁ କାବୁ କରିବାସହ ଚମଡା କୁ ଜବତ କରିଥିଲେ | ତେବେ ବାଘ ଶିକାର ଓ ଚମଡା ବିକ୍ରି ଘଟଣାରେ ଅନ୍ୟ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେଥିପାଇଁ ବନବିଭାଗ ତଦନ୍ତ ଜାରି ରଖିଛି | ଏ ନେଇ ଶନିବାର ଖବର ସୂଚନା ପ୍ରଦାନ କରାଯିବ ବୋଲି ଉପ ନିଁର୍ଧେସକ ଗୌଡ଼ ଏକ ପ୍ରେସ ପ୍ରକାଶ କରିଛି| ବନ୍ୟାପ୍ରାଣୀ ଓ ଶିମିଳିପାଳ ସୁରକ୍ଷା ଦେବାରେ ପ୍ରସାଶନ ଅବହେଳାକୁ ନେଇ ପ୍ରାଣୀପ୍ରେମିକ ମଧ୍ୟରେ ଆସନ୍ତୋଷ ଦାନ ଦେଖା ଦେଇଛି |

author

Related Articles

Leave a Reply

Your email address will not be published. Required fields are marked *