ଗୋଟିଏ ପରେ ଗୋଟିଏ ସ୍କ୍ରିପ୍ଟ ବଢ଼ାଇ ଦେଉଛନ୍ତି ପିଏ ଆଉ ମଂଚ ଉପରେ କାଗଜ ଦେଖି ପଢ଼ୁଛନ୍ତି ନବୀନ . ପଛରେ ନବୀନଙ୍କ ପିଏ ଠିଆ ହୋଇଛନ୍ତି ଆଉ ଗୋଟିଏ ପରେ ଗୋଟିଏ କାଗଜ ବଢ଼ାଇ ଦେଉଛନ୍ତି . ଆଉ ନବୀନ ଶାସକ ଦଳକୁ ଗୋଟିଏ ପରେ ଗୋଟିଏ ଶବ୍ଦ ବାଣରେ ଘାଇଲା କରୁଛନ୍ତି . ମଂଚ ତଳେ ବସିଥିବା ଲୋକ ମାନେ ମଧ୍ୟ ନବୀନଙ୍କ କଥାରେ ଯାବାବ ଦେଉଛନ୍ତି ମହୋଲ ସରଗରମ ହେଉଛି .
ତେବେ ନିର୍ବାଚନ ପରେ ସବୁ ବଳଦି ଯାଇଛି ହେଲେ .ଗୋଟିଏ ଜିନିଷ ବଦଳିନାହିଁ . ତାହା ହେଉଛି କାଗଜ ଦେଖି ପଢ଼ିବା .ନବୀନଙ୍କ ସରକାର ଥିବା ବେଳେ ବିଜେପି ତାଙ୍କୁ କାଗଜ ଦେଖି ପଢ଼ୁଛନ୍ତି ବୋଲି ଟାର୍ଗେଟ କରୁଥିବା .ଏବେ ବିଜେପି ସରକାରଙ୍କୁ ଆସିବା ପରେ ତାହା ପରିବର୍ତନ ହେଲା ନାହିଁ .ତେବେ ନବୀନଙ୍କ ଏପରି କାଗଜ ଦେଖି ପଢ଼ିବାକୁ ନେଇ ଲୋକେ କହୁଛନ୍ତି ପାଣ୍ଡିଆନ ବୋଧ ଆସି ପାରୁନାହିଁନ୍ତି ବୋଲି ନବୀନଙ୍କୁ ସ୍କ୍ରିପ୍ଟ ଲେଖିକି ଦେଉଛନ୍ତି ବୋଲି ଚର୍ଚ୍ଚା ହେଉଛି .
ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଛି ବିଜେଡିର ଜନସଂର୍ପକ ପଦଯାତ୍ରା .ଲୋକଙ୍କ ସ୍ୱାର୍ଥ ପାଇଁ ପଦଯାତ୍ରାରେ ରଣହୁଙ୍କାର ଦେଇଛି ଦଳ . ଲୋକଙ୍କ ସହ ଯୋଡି ହେବାକୁ ପଦଯାତ୍ରା ଆରମ୍ଭ କରିଥିବା ବିଜେଡି ପାଇଁ ଦଳ ଭିତରେ ସଂପର୍କ ମଜଭୁତ କରିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ .ପ୍ରଥମ ଥର ପାଇଁ ବିରୋଧୀ ଦଳରେ ଥାଇ ପଦଯାତ୍ରା କରୁଛି ବିଜେଡ଼ି .
ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ,ଦରଦାମ ବୃଦ୍ଧି ,ନାରୀ ନିର୍ଯାତନା ସମେତ ସୁଭଦ୍ରା ଓ ମାଗଣା ବିଜୁଳି ଭଳି ପ୍ରସଙ୍ଗରେ ବିଜେପି ସରକାରର ମିଛ ପ୍ରତିଶୃତି ନେଇ ଲୋକଙ୍କୁ ସଚେତନ କରାଯାଉଛି .ଗତକାଲିଠାରୁ ଆରମ୍ଭ ହୋଇଥିବା ପଦଯାତ୍ରା ୬ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଚାଲିବ ଅକ୍ଟୋବର ୨୧ ରୁ ୩୦ ତାରିଖ ପର୍ଯ୍ୟନ୍ତ ଦ୍ୱିତୀୟ ପଦଯାତ୍ରା ହେବ . ସେହିପରି ଅକ୍ଟୋବର ୯ ଗୋପବନ୍ଧୁ ଜୟନ୍ତୀରୁ ଆରମ୍ଭ ହେବ ବିଜେଡିର ସଦସ୍ୟତା ସଂଗ୍ରହ ଅଭିଯାନ .