କାଜୁ ତୋଟାରେ

କାଜୁ ତୋଟାରେ

ଛତ୍ରପୁର:ଗଞ୍ଜାମ

ଗଞ୍ଜାମ ବ୍ଲକ ଅନ୍ତର୍ଗତ ଜହ୍ମୀମି ଗ୍ରାମର ପୁନି ନାହାକ ଙ୍କୁ
ନିର୍ମମ ହତ୍ୟା କରି , ଲୁଟି ନେଇଛନ୍ତି ସୁନାଗହଣା। ଯାହା ସବ୍ଧ କରିଛି ଅଞ୍ଚଳ ବାସୀଙ୍କୁ। ଏହିଭଳି ଘଟଣା ଦେଖିବାକୁ ମିଳିଛି ରମ୍ଭା ଥନା ଅନ୍ତର୍ଗତ ଜହମି ଗ୍ରାମରେ। ଯାହା ରମ୍ଭା ଥାନା ଇଲାକାରେ ଆଇନ ଶୃଙ୍ଖଳା ପ୍ରତି ଆଙ୍ଗୁଳି ନିର୍ଦେଶ କରୁଛି।
ଗଞ୍ଜାମ ବ୍ଳକ ଅନ୍ତର୍ଗତ ସାନରାମଚନ୍ଦ୍ରପୁର ପଞ୍ଚାୟତ ର ବିଶିଷ୍ଟ ମୃଦଙ୍ଗ ବାଦକ ଭଗବାନ ନାହାକଙ୍କ ସ୍ତ୍ରୀ ପୁନି ନାହାକ (୬୨) ଅପରାହ୍ନ ସମୟରେ ନିଜ ଗ୍ରାମ ସ୍ଥିତ ରେଳ ଲାଇନ ପାର୍ଶ୍ୱରେ ଥିବା କାଜୁ ଜଙ୍ଗଲକୁ ଯାଇଥିବା ବେଳେ ରାତି ହୋଇଥିଲେ ସୁଧା ଘରକୁ ଫେରିନଥିଲେ।ପରେ ଖୋଜା ଖୋଜି କରିବା ପରେ ରାତି ପ୍ରାୟ ନଅ ଘଣ୍ଟ ସମୟରେ ସେହି କାଜୁ ଜଙ୍ଗଲରେ ତାଙ୍କ ର ମୃତ ଦେହ ପଡିଥିବା ଦେଖିବାକୁ ପାଇଥିଲେ ଲୋକମାନେ। ଘଟଣା ସ୍ଥଳରେ ଦେଖିଲାବେଳକୁ ମୃତ୍ ପୁନିକୁ ଏକ ପଥର ଦ୍ୱାରା ମୁଁହଁକୁ ଛେଚାଯାଇ ନିର୍ମମ ଭାବେ ହତ୍ୟା କରାଯିବା ସହ ମହିଳା ଜଣଙ୍କ ଲଗାଇଥିବା ସୁନାଚେନ, ସୁନା କଣ୍ଟି, କାନରଫୁଲ, ଦଣ୍ଡିଫୁଲ ଲୁଟି ନେଇଯାଇଥିବା ଦେଖାଯାଇଛି। ମୃତ୍ ଦେହର କିଛି ଦୂରରେ ଏକ ରକ୍ତ ଭିଜା ପଥର ପଡିଛି। ମୃତ୍ୟୁ ପୁନି ଙ୍କ କାଜୁ ବଗିଚାରୁ ଗତ କାଲି କାଜୁ ଚୋରି ହୋଇଥିବା ବେଳେ, ଆଜି ସେହି କାଜୁ ବଗିଚାରେ କିଛି ଯୁବକ ଥିବା ଦେଖି ସେମାନ ଙ୍କୁ ସେଠାରୁ ପଳାଇଯିବାକୁ ପୁନୀ କହିଥିବା ନେଇ ଲୋକଙ୍କ ଠାରୁ ଶୁଣିବାକୁ ମିଳୁଛି। ଏହି ହତ୍ୟା ଘଟଣାଟେ ସ୍ଥାନୀୟ କିଛି ଲୋକ ସମ୍ପୃକ୍ତ ଥିବା ସନ୍ଧେହ କରୁଛି ପୋଲିସ। ଖବର ପାଇ ରମ୍ଭା ଆଇଆଇସି ସ୍ୱରୂପ କିଷାନ ଘଟଣା ସ୍ଥଳରେ ପହଞ୍ଚି ଥିବା ବେଳେ ସାଇଣ୍ଟଫିକ ଟିମ ଓ ସନ୍ଧାନୀ କୁକୁର ଆସିଥିଲା କିଛି ସୁରକ୍ଷା ମିଳିବ ବୋଲି ଜଣାପଡିଛି। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ବର୍ତମାନ ସୁଦ୍ଧା କାହାକୁ ଗିରଫ କରାଯାଇନାହିଁ । ପୋଲିସ୍ ଛାନ ଭିନ ଚାଲୁ ରଖିଛି ।

author

Related Articles

Leave a Reply

Your email address will not be published. Required fields are marked *