କାନାଡା ପ୍ରଧାନମନ୍ତ୍ରୀ ଟ୍ରୁଡୋ ଙ୍କ ବିମାନରେ ଯାନ୍ତ୍ରିକ ତ୍ରୁଟି,ସୂଚନା ଦେଲେ ପାଇଲଟ

କାନାଡା ପ୍ରଧାନମନ୍ତ୍ରୀ ଟ୍ରୁଡୋ ଙ୍କ ବିମାନରେ ଯାନ୍ତ୍ରିକ ତ୍ରୁଟି,ସୂଚନା ଦେଲେ ପାଇଲଟ

ଭାରତର ନୂଆ ଦିଲ୍ଲୀ ରେ ଆରମ୍ଭ ହୋଇଥିବା ଜି-20 ଶିଖର ସମ୍ମିଳନୀ ଗତ କାଲି ଶେଷ ହୋଇଯାଇଛି । ସମ୍ମିଳନୀ ରେ ଯୋଗ ଦେବାକୁ ଆସିଥିବା କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ପ୍ରଧାନମନ୍ତ୍ରୀ ମୋଦି ଙ୍କ ସହ ସାକ୍ଷାତ କରି ଆଲୋଚନା କରିଛନ୍ତି । ସମ୍ମିଳନୀ ଶେଷ ହେବା ପରେ ଯେତେବେଳେ ସେ କାନାଡା ପ୍ରତ୍ୟାବର୍ତ୍ତନ ପାଇଁ ବାହାରିଲେ ତାଙ୍କର ବିମାନରେ ଯାନ୍ତ୍ରିକ ତ୍ରୁଟି ଥିବା ନେଇ ବିମାନର ପାଇଲଟ ସୂଚନା ଦେଇଥିଲେ । ଫଳରେ ବିମାନ ଠିକ ହେବା ଯାଏଁ ତାଙ୍କୁ ଭାରତରେ ରହିବାକୁ ପଡିବ । ଏହା ପୂର୍ବରୁ ଟ୍ରୁଡୋ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିସାରିଛନ୍ତି । ଏଥିରେ ସେ କାନାଡା ର ଉଗ୍ରବାଦୀ କଥା ଆଲୋଚନା କରିଥିଲେ ।

ଏହାପରେ ଏକ ପ୍ରେସମିଟରେ ଟ୍ରୁଡୋ କହିଥିଲେ ଯେ, ‘ଆମେ ସବୁବେଳେ ହିଂସା ରୋକିବା ତଥା ବିଦ୍ୱେଷ ମନୋଭାବକୁ ବିରୋଧ କରିବାକୁ ପ୍ରସ୍ତୁତ । କାନାଡା ସବୁବେଳେ ଅଭିବ୍ୟକ୍ତିର ସ୍ୱାଧୀନତା, ବ୍ୟକ୍ତିଗତ ସ୍ୱାଧୀନତା ଓ ଶାନ୍ତିପୂର୍ଣ୍ଣ ବିରୋଧର ସ୍ୱାଧୀନତାକୁ ସମ୍ମାନ ଦେଇଆସିଛି’ । ଆଉ ମଧ୍ୟ ଟ୍ରୁଡୋ କହିଥିଲେ ଯେ ‘ଦେଶପାଇଁ ସବୁବେଳେ ବହୁତ କାମ କରିବାକୁ ପଡେ ଏବଂ ଆମେ ଏହାକୁ କରିବା ଜାରି ରଖିବୁ’ ।

author

Related Articles

Leave a Reply

Your email address will not be published. Required fields are marked *