କାମିୟା ଜାନିଙ୍କ ପ୍ରସଙ୍ଗରେ ମୁହଁ ଖୋଲିଲେ ଧର୍ମେନ୍ଦ୍ର ପ୍ରଧାନ

ରାଜ୍ୟରେ ଜୋର ଧରିଛି ୟୁଟ୍ୟୁବର କାମିୟା ଜାନିଙ୍କ ପ୍ରସଙ୍ଗ । ନାଁ ନନେଇ ପ୍ରତିକ୍ରିୟା ରଖିଛନ୍ତି ପ୍ରତିକ୍ରିୟା ରଖିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି, ସବୁ ଓଡ଼ିଆ ଓ ସନାତନୀଙ୍କ ପାଇଁ ପ୍ରଭୁ ଜଗନ୍ନାଥ ଅତ୍ୟନ୍ତ ଶ୍ରଦ୍ଧାର କେନ୍ଦ୍ର । ଜନ ଭାବନାକୁ ଆଘାତ ଦେଲା ଭଳି କାମ କେହି ନକରିବା ଉଚିତ । ଜାଣତରେ କିମ୍ବା ଅଜାଣତରେ ହେଉ, ଯେଉଁ ଆସ୍ଥା ଓଡ଼ିଆ ଲୋକଙ୍କ ପ୍ରଭୁ ଜଗନ୍ନାଥଙ୍କ ପାଖରେ ଅଛି ଓ ଯେଉଁ ଭାବାବେଗ ରହିଛି, ତା ସାଙ୍ଗରେ ଅତି ଉତ୍ସାହ ହୋଇ ନଖେଳିଲେ ଭଲ ।

ଏଥିପାଇଁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ୟୁଟ୍ୟୁବ ଇନଫ୍ଲୁଏନ୍ସର କାମିଆ ଜାନିଙ୍କୁ ନେଇ କିଛି ଦିନ ହେବ ଚର୍ଚ୍ଚା ଲାଗି ରହିଛି । ତେବେ କାମିଆ ଜାନି ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ସୋସିଆଲ୍ ମିଡିଆରେ ପୋଷ୍ଟ କରି ଅଭିଯୋଗକୁ ଭିତ୍ତିହୀନ ବୋଲି କୁହାଯାଇଛି । ଏଥିସହ କାମିଆ ଜାନି କେମିତି ଚାରି ଧାମ ବୁଲିଥିଲେ ବୋଲି ବିଜେପିକୁ ପାଲଟା ପ୍ରଶ୍ନ କରିଛି ବିଜେଡି । କାମିଆ ଜାନି ଗୋମାଂସ ଖାଉଥିବାର ଫଟୋ ଓ ଭିଡିଓ ଦେଖାଇ ବିଜେଡିକୁ ଟାର୍ଗେଟ୍ କରିଥିଲା ବିଜେପି ।

author

Related Articles

Leave a Reply

Your email address will not be published. Required fields are marked *