କଟକ ଜିଲ୍ଲା ଟାଙ୍ଗି ଥାନା ଅଞ୍ଚଳର ମଙ୍ଗୁଳି ଛକ ଟୋଲଗେଟ୍ ନିକଟରୁ ୯ କିଲୋରୁ ଉର୍ଦ୍ଧ ବିଦେଶୀ ସୁନା ବିସ୍କୁଟ୍ ଓ ଏକ କାର୍ ଡ଼ି.ଆର.ଆଇ ଧରିବାରେ ସଫଳ ହେବା ସହ ୨ଜଣ ଅଭିଯୁକ୍ତ ଙ୍କୁ ଗିରଫ କରାଯାଇଛି । ଗତ କାଲି ନେପାଳରୁ କୋଲକତା ଆସୁଥିବା ବିମାନରେ ଆସିବା ପରେ କୋଲକତା ଏଆରପୋଟରୁ ଅପରାହ୍ନରେ କଟକର ମଙ୍ଗୁଳି ଛକ ପାର ହୋଇଥିବା ବେଳେ ଡ଼ି.ଆର.ଆଇ ଅଧିକାରୀ ସୂଚନା ଦେଇଛନ୍ତି| ଉକ୍ତ ବ୍ୟବହୃତ କାର୍ଟି ଦିନ ୧୧ଟା ମଧ୍ୟରେ କୋଲକତା ଛାଡ଼ିଥିଲା । ବିଶେଷ୍ଵସୂତ୍ରରୁ ସୂଚନା ପାଇଁ ଡ଼ି.ଆର.ଆଇ ଅଧିକାରୀ କର୍ମଚାରୀ ମାନେ ମଙ୍ଗୁଳି ଟୋଲଗେଟ୍ ରେ ଜାଲ ବିଛାଇଥିଲେ , ସେହି ଟୋଲଗେଟ୍ ରୁ ଜବତ ଗାଡ଼ି ସୁନା ଓ ଅଭିଯୁକ୍ତ ୨ ଜଣଙ୍କୁ ଭୁବନେଶ୍ଵର ରାଜସ୍ୱ ଇଣ୍ଟେଲିଜେନ୍ସ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟକୁ ନିଆଯାଇଛି। ଏହି ଘଟଣାରେ କଟକ ସମେତ ଢ଼େଙ୍କାନାଳ ଜିଲ୍ଲାର କିଛି ସୁନା ବ୍ୟବସାୟୀକ ସଂପୃକ୍ତି ଥିବା ତଦନ୍ତରୁ ଜଣାଯାଇଛିି।
You can share this post!
author
Related Articles
ପ୍ରତିଦିନ ଚକୋଲେଟ ଖାଇଲେ କଣ ମିଳିବ ଫାଇଦା ?
- September 28, 2024
ଓଡ଼ିଶା ଫୋଟ ଏକ୍ସପୋ 2024ଉଦଘାଟିତ
- September 28, 2024
ତହସିଲଦାରଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରି ପ୍ରତିବାଦ
- September 28, 2024