କାର-ବାଇକ ମୁହାଁ ମୁହିଁ ଧକ୍କା , ବାଇକ ଚାଳକ ମୃତ,

କାର-ବାଇକ ମୁହାଁ ମୁହିଁ ଧକ୍କା , ବାଇକ ଚାଳକ ମୃତ,

ମୋହନା || ଗଜପତି

ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଶିଆଳିଲଟି ଗ୍ରାମ ବିଦ୍ୟାଳୟ ନିକଟ ଘାଟି ରାସ୍ତାରେ କାର -ବାଇକ୍ ମୁହାଁ ମୁହିଁ ଧକ୍କା ହେବା ଫଳରେ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି। ସୂଚନା ମୁତାବକ ଅଡବା ଥାନା ଅଧୀନ ଗାଲିମେରା ଗ୍ରାମର ବସନ୍ତ ବୀର ନାମକ ଯୁବକ ଅନ୍ତରବା ଗ୍ରାମକୁ କୌଣସି କାମରେ ଆସୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ କାର ସହ ମୁହାଁ ମୁହିଁ ଧକ୍କା ହୋଇଥିଲା।

ଫଳରେ ବାଇକ ଚାଳକ ରାସ୍ତା କଡ଼କୁ ଛିଟିକି ପଡିଥିଲେ।ସେ ଗୁରୁତର ଅବସ୍ଥାରେ ପଡି ରହିଥିବା ଦେଖି କାର ଚାଳକ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା। ଗୁରୂତ୍ତର ଅବସ୍ଥାରେ ପ୍ରାୟ ଏକ ଘଣ୍ଟାରୁ ଅଧିକା ସମୟ ପଡ଼ି ରହିଥିଲେ ବସନ୍ତ । କିଛି ସ୍ଥାନୀୟ ଲୋକେ ଏହା ଦେଖିବା ପରେ ତାଙ୍କୁ ସଙ୍ଗେ ସଙ୍ଗେ ଅନ୍ୟ ଏକ କାରରେ ମୋହନା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଭର୍ତ୍ତି କରିଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

author

Related Articles

Leave a Reply

Your email address will not be published. Required fields are marked *