କାଲିଠୁ ବ୍ୟାଙ୍କରେ ବଦଳାଇ ପାରିବେ ୨ହଜାର ଟଙ୍କିଆ ନୋଟ

କାଲିଠୁ ବ୍ୟାଙ୍କରେ ବଦଳାଇ ପାରିବେ ୨ହଜାର ଟଙ୍କିଆ ନୋଟ

RBI ଗାଇଡଲାଇନ ଅନୁସାରେ ନୋଟ ବଦଳାଇ ପାରିବେ ବ୍ୟାଙ୍କ କତ୍ତୃପକ୍ଷ ଗ୍ରାହକଙ୍କ ପାଇଁ ୱେଟିଂ ସ୍ପେସ ପାନୀୟ ଜଳ ଆଦିର ବ୍ୟବସ୍ଥା କରିବା ପାଇଁ ପରାମର୍ଶ ଦେଇଛି RBI ଦିନକରେ କେତେ ୨ହଜାର ଟଙ୍କିଆ ନୋଟ ଜମା ଏବଂ ବଦଳ ହେଲା ତାହାର ରିପୋର୍ଟ ଦେବାକୁ ବ୍ୟାଙ୍କମାନଙ୍କୁ ନିର୍ଦ୍ଦେଶ ରହିଛି | ନୋଟ ବଦଳାଇବା ପାଇଁ ୪ମାସ ସମୟ ରହିଛି | ୨ହଜାର ଟଙ୍କିଆ ନୋଟ ବୈଠ ରହିବ ଏଥିପାଇଁ ବ୍ୟସ୍ତ ନ ହେବା ପାଇଁ ପରାମର୍ଶ ଦେଇଛନ୍ତି RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସେ କହିଛନ୍ତି ୨ହଜାର ଟଙ୍କିଆ ନୋଟ ବଜାରକୁ ଆଣିବାର ଲକ୍ଷ୍ୟ ପୁରାଣ ହୋଇସାରିଛି |

ବଜାରରେ ଅନ୍ୟ ନୋଟର ଅଭାବ ନାହିଁ | ବିମୁଦ୍ରି କରଣ ସମୟରେ ଯେଉଁ ସ୍ଥିତି ଉପୁଜିଥିଲା ତାର ଭରଣା ପାଇଁ ୨ହଜାର ଟଙ୍କିଆ ନୋଟର ପ୍ରଚଳନ କରାଯାଇଥିଲା | ୨ହଜାର ଟଙ୍କିଆ ନୋଟର ବ୍ୟବହାର ୬ଲକ୍ଷ ୭୩ହଜାର କୋଟିରୁ ୩ଲକ୍ଷ ୬୨ହଜାରକୁ ହ୍ରାସ ପାଇଛି | ଏବଂ ନୋଟର ପ୍ରିଣ୍ଟିଂ ମଧ୍ୟ ବନ୍ଦ ହୋଇସାରିଛି ବୋଲି କହିଛନ୍ତି ଶକ୍ତିକାନ୍ତ ଦାସ | ନୋଟ ବଦଳାଇବା ପାଇଁ କୌଣସି ରିକ୍ୟୁଜିସନ ସ୍ଲିପ ଦେବାକୁ ପଡିବ ନାହିଁ କୌଣସି ପରିଚୟ ପତ୍ର ଗୋଟିଏ ଥରକରେ ସର୍ବାଧିକ ୧୦ଖଣ୍ଡ ୨ହଜାର ଟଙ୍କିଆ ନୋଟ ଅର୍ଥାତ ୨୦ହଜାର ଟଙ୍କା ବଦଳାଇପାରିବେ |

author

Related Articles

Leave a Reply

Your email address will not be published. Required fields are marked *