କାଲି ହାଇଭୋଲଟେଜ ମ୍ୟାଚ ଭାରତ-ପାକିସ୍ତାନ, ହସ୍ପିଟାଲ ରୁମରେ ରହୁଛନ୍ତି ଫ୍ୟାନ୍ସ

କାଲି ହାଇଭୋଲଟେଜ ମ୍ୟାଚ ଭାରତ-ପାକିସ୍ତାନ, ହସ୍ପିଟାଲ ରୁମରେ ରହୁଛନ୍ତି ଫ୍ୟାନ୍ସ

ବିଶ୍ୱକପରେ କାଲି ଭାରତ ସହ ମୁହାଁମୁହିଁ ହେବ ଭାରତ ପାକିସ୍ତାନ । ସେଥିପାଇଁ କ୍ରିକେଟ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ଭରି ରହିଛି । ଏହି ହାଇଭେଲଟେଜ ମ୍ୟାଚ ଦେଖିବାକୁ ଷ୍ଟାଡିୟମ ଫୁଲ ରହିବ । ଚିରାଚରିତ ପ୍ରତିଦ୍ୱନ୍ଦ୍ୱୀ ଭାରତ ପାକିସ୍ତାନ ମୁହାଁମୁହିଁ ହେବା ପାଇଁ ଯାଉଛନ୍ତି । ଆଉ ବିଶ୍ୱକପର ସବୁଠୁ ବଡ଼ ମ୍ୟାଚ ବୋଲି ଏହାକୁ କୁହାଯାଉଛି । ଏପରିକି ଫାଇନାଲ ଠାରୁ ମଧ୍ୟ ଅଧିକ କ୍ରେଜ ଏ ମ୍ୟାଚ ପାଇଁ । ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଲକ୍ଷେ ୩୪ହଜାର ଦର୍ଶକଙ୍କ ସାମ୍ନାରେ ଲଢ଼ିବେ ଦୁଇ ପଡ଼ୋଶୀ ।ଦିନିକିଆ ବିଶ୍ୱକପରେ ୭ଥର ମୁହାଁମୁହିଁ ହୋଇ ସବୁଥର ବାଜି ମାରିନେଇଥିବା ଭାରତ, ଘରୋଇ ପରିବେଶରେ ପୁଣି ଥରେ ଫେଭରିଟ୍ । ବିଶ୍ୱକପରେ କିଛି ଖେଳାଳୀ ଡେଙ୍ଗୁ ଜ୍ୱରରେ ଆକ୍ରାନ୍ତ ହୋଇଛନ୍ତି ହେଲେ ପୁରା ଅହମଦାବାଦ କ୍ରିକେଟ ଜ୍ୱରରେ ଆକ୍ରାନ୍ତ । ଏ ମ୍ୟାଚ୍ ପାଇଁ ଦର୍ଶକଙ୍କର ଆଗ୍ରହ ଓ ଉକ୍ରଣ୍ଠା ଏତେ ବଢ଼ିଯାଇଛି, ଶେଷରେ ବିସିସିଆଇ ଆଉ ୧୪ହଜାର ଟିକେଟ ବିକ୍ରି କରିଛି । ଅହମଦାବାଦରେ ଖେଳାଳୀ, ଅଫିସିଆଲ, ଦର୍ଶକ, ଗଣମାଧ୍ୟମ ପ୍ରତିନିଧିଙ୍କ ଏତେ ଭିଡ଼ ଯେ ବିମାନ ଓ ହୋଟେଲ ଭଡ଼ା ପାଖାପାଖି ଦୁଇ ଗୁଣା ବଢ଼ିଯାଇଛି ତଥାପି ରହିବାକ ଜାଗା ନାହିଁ । ଆଉ ଏହି ପରିସ୍ଥିତିରେ କ୍ରିକେଟ ପ୍ରେମୀ ରାତିରେ ରହିବା ପାଇଁ ହସ୍ପିଟାଲର ସାହାରା ନେଉଛନ୍ତି ।ସାଧାରଣତଃ ଅସୁସ୍ଥତା ଯୋଗୁଁ ଲୋକେ ଡାକ୍ତରଖାନାରେ ଭର୍ତ୍ତି ହେଉଥିବା ବେଳେ ଏବେ ହୋଟେଲ ନପାଇ ହସ୍ପିଟାଲ ମୁହାଁ ହୋଇଛନ୍ତି କ୍ରିକେଟ ପ୍ରେମୀ । ଏବଂ ହସ୍ପିଟାଲରେ ରହିବା ପାଇଁ ହେଲ୍ଥ ଚେକ୍ ଅପ୍ ପ୍ୟାକେଜ ନେଇ ହସ୍ପିଟାଲରେ ବେଡ୍ ବୁକ୍ କରିଛନ୍ତି । ଅହମଦାବାଦରେ ଥିବା ଘରୋଇ ହସ୍ପିଟାଲ ଗୁଡ଼ିକରେ ରୋଗୀଙ୍କ ଆଗମନ ୨୦ଗୁଣ ବଢ଼ିଯାଇଛି । ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଆସି ହସ୍ପିଟାଲରେ ଭର୍ତ୍ତି କରିବାକୁ ଲୋକେ କହୁଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *