କାଳବୈଶାଖୀ ଉଜାଡି ଦେଲା ଚାଷୀ ଭବିଷ୍ୟତ

କାଳବୈଶାଖୀ ଉଜାଡି ଦେଲା ଚାଷୀ ଭବିଷ୍ୟତ

କାଳବୈଶାଖୀ ଆସି ଉଜାଡି ଦେଲା ଚାଷୀଙ୍କ ଭବିଷ୍ୟତ । ବର୍ଷାରେ ଛାରଖାର ହେଲା ଚାଷ ଜମି । ଆଉ ଦିନ କେଇଟା ଯାଇଥିଲେ କେଡେ ସୁନ୍ଦର ସୁନ୍ଦର ପରିବା ସବୁକୁ ବଜାରରେ ବିକ୍ରି କରିଥାନେତ ଚାଷୀ । ହେଲେ ବର୍ଷା ଉଜାଡି ଦେଲା ପରିବା ଚାଷ । ବର୍ଷାରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ଲୋକଙ୍କ ଚାଷ ଜମି । ନିମାପଡା ବ୍ଲକ୍ ବଳଙ୍ଗା, ଚନ୍ଦ୍ରଦେଇପୁର, ଉଛୁପୁର, ନରୁଡା ଅଞ୍ଚଳରେ କୋବି, ବାଇଗଣ, ମୂଳା, ଟମାଟୋ ଆଦି ପରିବା ଗଛ ବର୍ଷାରେ ପ୍ରଭାବିତ ହୋଇଛି । ଠିକ୍ ଭାବେ ହୋଇ ନଥିବା କଦଳୀ, ପୋଟଳ ଆଦି ପରିବା କାଳବୈଶାଖୀ ବର୍ଷା ପାଇଁ ନଷ୍ଟ ହୋଇଯିବା ଆଶଙ୍କ କରି ଚିନ୍ତାରେ ଚାଷୀ ।

author

Related Articles

Leave a Reply

Your email address will not be published. Required fields are marked *