କାଳିଜାଇରେ ମହାବିପତ୍ତି, ଯିଏ ଯିବ ସିଏ ମରିବ

କାଳିଜାଇରେ ମହାବିପତ୍ତି, ଯିଏ ଯିବ ସିଏ ମରିବ

କାଳିଜାଇ ପାଲଟିଛି ମୃତ୍ୟୁର ଫାଶ । ଯିଏ ଯିବ ସିଏ ମରିବ । ମୃତ୍ୟୁ ବସିଛି କାଳିଜାଇ ଠାରେ । ଜଣ ଜଣଙ୍କୁ ଚିଲିକା ଗର୍ଭକୁ ଟାଣି ନେଉଛି । ସେ ଦିନ ବି ଥିଲା କାଳର ଦିନ । ଆଜି ବି ସେହି କାଳଦିନର ପୁଃର୍ନରାବୃତି ଘଟିଛି । ସେ ଦିନ ବି ମଝି ନଇରେ ଅଟକି ଯାଇଥିଲା ଡଙ୍ଗା । ଆଜି ବି ଠିକ ସେହି ମଝି ନଇରେ ଅଟକି ଗଲା ଡଙ୍ଗା । ସେ ଦିନ ଯାହା ଘଟିଲା ଆଜି ତାହା ଲୋକଙ୍କ ମନରୁ ଲିଭିନି । ହଁ ଆଜ୍ଞା ଆମେ କହୁଛି ସେହି କାଳରାତିର କଥା ଯାହା ଘଟିଯାଇଥିଲା କାଳିଜାଇ ସହ । ଆଜି ବି ସେଠି ଶୁଭୁଛି କାଳିଜାଇର କରୁଣ ଡାକ । ବାହା ହୋଇ ଯାଉଥିବା ଝିଅଟି ସେଦିନ କାହଣୀ ହୋଇଗଲା । ସେହି କାଳରାତି ବର୍ଷା ଘଡଘଡି ବିଜୁଳିରେ କାଳିଜାଇର ଡାକ କେହି ଶୁଣିନଥିଲେ । ବୁଡିଥିଲା ଡଙ୍ଗା ଆଉ ମିଳିନଥିଲା କାଳିଜାଇର ପତା ।

ସେଦିନ କାଳିଜାଇର କାନ୍ଦ କାହାରିକୁ ଶୁଭିଲାନି । ସ୍ଥାନୀୟ ଲୋକ କହନ୍ତି କାଳିଜାଇ କୁଆଡେ ଠାକୁରାଣୀ ହୋଇଗଲା । ସେହି ଦିନଠୁ ଚିଲିକାର ଗର୍ଭରେ କାଳିଜାଇ ମନ୍ଦିର ଅବସ୍ଥିତ । ତେବେ ସେଦିନ ସେଇ ମଝି ନଇରେ ଡଙ୍ଗା ଅଟକି ଯାଇଥିଲା ଆଉ ଆଜି ସାତପଡାରୁ ଜହ୍ନିକୁଦାକୁ ଚିଲିକାରେ ଚଳାଚଳ କରୁଥିବା ଡଙ୍ଗା ଓ ଭସାପୋଲ ବାରମ୍ଭାର ମଝି ଚିଲିକାରେ ଅଟକି ରହୁଛି । ଏପରି ଅନେକ ଘଟଣା ସାମ୍ନାକୁ ଆସିଥିବା ବେଳେ ପୁଣି ୬୦ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗାର ମୋଟର ଖରାପ ହୋଇଯିବାରୁ ମଝି ଚିଲିକାରେ ଅଟକି ରହିଥିଲ ।

ତେବେ ବାରମ୍ଭାର ଏପରି ଘଟୁଥିବାରୁ ସ୍ଥାନୀୟ ପ୍ରଶାସନ ଏଥିପାଇଁ ପଦକ୍ଷେପ ନେବାକୁ ଲୋକମାନେ ଅନୁରୋଧ କରିଛନ୍ତି । ଅତ୍ୟଧିକ ଯାତ୍ରୀ ଓ ବାଇକ ଯୋଗୁ ଏପରି ସବୁ ଘଟୁଛି ବୋଲି ମଧ୍ୟ କୁହାଯାଉଛି । ଘଣ୍ଟା ଘଣ୍ଟା ଧରି ଲୋକ ମଝି ମଇରେ ଫସି ରହୁଥିବାରୁ ଅନେକ ଅସୁବିଧାର ସାମ୍ନା କରୁଛନ୍ତି । ଫସି ରହଥିବା ଏହି ୬୦ଜଣ ଯାତ୍ରୀଙ୍କ ମତ୍ସ୍ୟଜୀବୀଙ୍କ ଡଙ୍ଗା ସାହାର୍ଯ୍ୟରେ ଉଦ୍ଧାର କରାଯାଇଥିବାରୁ ଏକ ବଡ ବିପଦ ଟଳି ଯାଇଛି ।

Report-Dimpal swain

author

Related Articles

Leave a Reply

Your email address will not be published. Required fields are marked *