କାଶ୍ମୀରକୁ ନେଇ ଏପରି କହିଲେ ସଚିନ ତେନ୍ଦୁଲକର

କାଶ୍ମୀରକୁ ନେଇ ଏପରି କହିଲେ ସଚିନ ତେନ୍ଦୁଲକର

ଜାମ୍ମୁକାଶ୍ମୀରକୁ କାହିଁକି ଏତେ ଭଲ ପାଉଛନ୍ତି କ୍ରିକେଟର ସଚିନ ତେନ୍ଦୁଲକର । କାହିଁକିନା କାଶ୍ମୀର ଗସ୍ତ କରି ପର୍ଯ୍ୟଟନର ଭରପୂର ମଜା ନେଉଛନ୍ତି ସଚିନ । ନିକଟରେ କ୍ରିକେଟର ସଚିନ, ପତ୍ନୀ ଅଂଜଳୀ ଓ ଝିଅ ସାରାଙ୍କ ସହ ନିଜ ଜମ୍ମୁକାଶ୍ମୀରରେ ପହଁଚିଥିଲେ । ବିଭିନ୍ନ ସ୍ଥାନ ବୁଲି ଦେଖିବା ସହ ସେଠାକାର ସ୍ଥାନୀୟ ଲୋକଙ୍କୁ ଭେଟିଥିଲେ, ପାରମ୍ପାରିକ ଖାଦ୍ୟ ଖାଇଥିଲେ ଓ ପୋଷାକ ମଧ୍ୟ ପିନ୍ଧିଥିଲେ । କେତେବେଳେ କ୍ରିକେଟ ଖେଳିଥିଲେ ତ ପୁଣି କେବେ ମନ୍ଦିର ବୁଲିଥିଲେ । ତେବେ କାଶ୍ମୀରରୁ ଫେରିବା ପରେ ସଚିନ ଏବେ ଏକ ଭିଡିଓ ଜାରି କରିଛନ୍ତି ଓ କାଶ୍ମୀର ଅନୁଭୂତିକୁ ବଖାଣିଛନ୍ତି । ସଚିନ କହିଛନ୍ତି କାଶ୍ମୀର ଯାତ୍ରା ତାଙ୍କ ପାଇଁ ଅଭୁଲା ଓ ସ୍ମରଣୀୟ ରହିବ । ସଚିନ ଦେଶବିଦେଶର ପର୍ଯ୍ୟଟକଙ୍କୁ କାଶ୍ମୀରକୁ ଆସି ଏହା ସୌନ୍ଦର୍ଯ୍ୟ ଅନୁଭବ କରିବାକୁ ଅପିଲ କରିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *