କାହାର ହେବେ ଦଳଡିଆଁ ନେତା ?

କାହାର ହେବେ ଦଳଡିଆଁ ନେତା ?

ରାଜ୍ୟରେ ଚାଲିଛି ମତଦାନର ପର୍ବ । ପର୍ଯ୍ୟାୟ ପର୍ଯ୍ୟାୟ କ୍ରମେ ଭୋଟ ଦେଉଛି ଓଡିଶା । ଆଉ ଏହାରି ମଧ୍ୟରେ ରୋଚକ ମୋଡକୁ ଆସିଛି ଯାଜପୁର ଜିଲ୍ଲାର ବରୀ ରାଜନୀତି । ଯାଜପୁରରେ ଜୁନ ୧ ରେ ଭୋଟିଂ ଥିବା ବେଳେ ପ୍ରାର୍ଥୀଙ୍କୁ ନେଇ ଭୋଟର ଏବେବି କନଫ୍ୟୁଜରେ ଅଛନ୍ତି । କାରଣ ଏହି ଆସନରେ ଏଥର ଦଳଡିଆଁ ନେତାଙ୍କ ମଧ୍ୟରୁ ଜଣଙ୍କୁ ବାଛିବାକୁ ଯାଉଛନ୍ତି ବରୀବାସୀ । ୩ ଦଳରୁ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀମାନେ ଅନ୍ୟ ଦଳରୁ ଆମଦାନୀ ହୋଇ ଆସିଛନ୍ତି । କିଏ ବିଜେଡିରୁ ବିଜେପିକୁ ଆସିଛି ତ କିଏ ବିଜେପିରୁ କଂଗ୍ରେସ ଏବଂ ଆଉ କିଏ କଂଗ୍ରେସରୁ ବିଜେପିକୁ ଆସି ଟିକେଟ ହାତେଇଛି । ତେବେ ଗତ ନିର୍ବାଚନରେ ହାରିବା ପରେ ବିଜେଡିକୁ ଆସିଥିବା ବିଶ୍ୱରଞ୍ଜନ ମଲ୍ଲିକ ଏଥର ବରୀ ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି । ସେହିଭଳି କଂଗ୍ରେସ ନେତା ଉମେଶ ଜେନା ମଧ୍ୟ ବିଜେପିରେ ସାମିଲ ହେବା ପରେ ଏଥର ଏହି ଆସନ ପାଇଁ ତାଙ୍କୁ ଦଳ ଭରସା କରିଛି । ଗତ ନିର୍ବାଚନରେ ସେ ଏଠାରୁ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ବେଳେ ଚଳିତ ଥର ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି । ସେହିପରି ଏହି ଆସନରୁ ୪ ୪ଥର ବିଜେଡିରୁ ବିଧାୟକ ରହିଥିବା ଦେବାଶିଷ ନାୟକ ଚଳିତ ଥର କଂଗ୍ରେସ ଟିକେଟରୁ ସେ ନିଜ ଗଡରୁ ପ୍ରତିଦ୍ୱନ୍ଦିତା କରୁଛନ୍ତି । ତେବେ ଏହି ୩ ନେତାଙ୍କର ରାଜନୀତିରେ ଅଭିଜ୍ଞତା ରହିବା ସହ ବରୀ ନିର୍ବାଚନ ମଣ୍ଡଳୀରେ ଦବଦବା ରହିଆସିଛି । ୩ ଜଣ ପ୍ରାର୍ଥୀ ପୂର୍ବରୁ ମଧ୍ୟ ଏହି ଆସନରୁ ପ୍ରାର୍ଥୀ ହୋଇଥିବା ବେଳେ ଚଳିତ ଥର ଭିନ୍ନ ଭିନ୍ନ ଦଳରୁ ମଇଦାନକୁ ଓହ୍ଲାଇଛନ୍ତି । ତେବେ ଦେଖାଯାଉ ଏହି ଦଳ ଡିଆଁ ନେତାଙ୍କ ମଧ୍ୟରୁ କାହା ହାତକୁ ଏ ଆସନ ଯାଉଛି ଏବଂ ବିଜେଡିର ଏ ଅଭେଦ୍ୟ ଗଡ ସୁରକ୍ଷିତ ରହୁଛି ନା ନାହିଁ ତାହା ଦେଖିବାକୁ ବାକି ରହିଲା ।

author

Related Articles

Leave a Reply

Your email address will not be published. Required fields are marked *