କାହାର ହେବ ଜୟପୁର ଆସନ ?

କାହାର ହେବ ଜୟପୁର ଆସନ ?

ଜୟପୁରରେ ହେବ ଜୋରଦାର ଲଢେଇ । ଜୟପୁର ଆସନ ପାଇଁ ଉଭୟ ବିଜେଡି ଓ ବିଜେପିର ପ୍ରାର୍ଥୀ ଘୋଷଣା କରି ସାରିଥିବା ବେଳେ ଏବେ ବିଜେପି ନିଜ ଦଳୀୟ ପ୍ରାର୍ଥୀଙ୍କ ନାଁ ସାମ୍ନାକୁ ଆଣିଛି ।  ହଁ ଦର୍ଶକବନ୍ଧୁ ବିଜେପି ଗତକାଲି ଜୟପୁର ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଗୌତମ ସାମନ୍ତରାୟଙ୍କୁ ଦଳ ଏହି ଆସନରୁ ଟିକେଟ ଦେଇଛି । ପୂର୍ବଥର ତାଙ୍କୁ ଟିକେଟ ମିଳିଥିଲା ଏବଂ ପୁଣିଥରେ ଗୌତମଙ୍କ ଉପରେ ଭରସା କରିଛି ବିଜେପି । ପୂର୍ବଥର ଗୌତମ ସାମନ୍ତରାୟଙ୍କୁ ୩୩ ହଜାରରୁ ଅଧିକ ଭୋଟ୍ ମିଳିଥିଲା । ଫଳରେ ଜୟପୁର ବିଧାନସଭା ଆସନ ପାଇଁ ତିନି ଦଳର ପ୍ରାର୍ଥୀ ଚୁଡ଼ାନ୍ତ ହୋଇଛି । ଏଥର କଂଗ୍ରେସର ତାରା ପ୍ରସାଦ ବାହିନୀପତି, ବିଜେଡି ଇନ୍ଦିରା ନନ୍ଦ ଏବଂ ବିଜେପିର ଗୌତମ ସାମନ୍ତରାୟଙ୍କ ମଧ୍ୟରେ ମୁକାବିଲା ହେବାକୁ ଯାଉଛି ।

author

Related Articles

Leave a Reply

Your email address will not be published. Required fields are marked *