କାହା କଥା ଶୁଣିଲେ ମମତା….ନବୀନଙ୍କ ଚିଠି ମୋହନଙ୍କ ଟ୍ୱିଟ ?

କାହା କଥା ଶୁଣିଲେ ମମତା….ନବୀନଙ୍କ ଚିଠି ମୋହନଙ୍କ ଟ୍ୱିଟ ?

ରାଜ୍ୟରେ କନ୍ଦାଉଛି ଆଳୁ ସଙ୍କଟ । ପରିବା ଦର ବୃଦ୍ଧିକୁ ନେଇ ଓଡିଶାବାସୀ ହନ୍ତସନ୍ତ ହେଉଥିବା ବେଳେ ରାଜ୍ୟରେ ବିଜେଡି ଓ ବିଜେପି ମଧ୍ୟରେ ଚାଲିଛି ଆଳୁ ରାଜନୀତି । ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ କହିବା ଅନୁଯାୟୀ ଦୁଇ ଚାରି ଦିନ ମଧ୍ୟରେ ଆଳୁ ରେଟ ସ୍ୱାଭାବିକ ରହିବ । ରାଜ୍ୟରେ ଆଳୁ ସମସ୍ୟା ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧି ଦଳ ନେତା ନବୀନ ପଟ୍ଟନାୟକ ପଶ୍ଚିମବଙ୍ଗ ସରକାରଙ୍କୁ ଚିଠି ଲେଖିଥିଲେ । ଯାହାକୁ ନେଇ ମୋହନ ସରକାରଙ୍କୁ ଅନେକ ସମାଲୋଚନାର ଶୀକାର ହେବାକୁ ପଡିଲା । ଯେ ପୂର୍ବତନ ମୁଖ୍ୟମନ୍ତ୍ରୀ ହୋଇ ମଧ୍ୟ ସେ ଓଡିଶାବାସୀଙ୍କ କଥା ଚିନ୍ତା କରୁଛନ୍ତି ହେଲେ ମୋହନ ସରକାର ଚୁପ ବସିଛନ୍ତି । ପରନ୍ତୁ ଏହାପରେ ପରେ ମୋହନଙ୍କ ଟ୍ୱିଟ ଏହି ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଥିଲା । ଟ୍ୱିଟ କରି ମୋହନ କହିଲେ ଯେ ଆଳୁ ସମସ୍ୟା ନେଇ ମମତା ସରକାରଙ୍କ ସହିତ ତାଙ୍କର କଥାବାର୍ତ୍ତା ହୋଇଛି ଏବଂ ଖୁବଶୀଘ୍ର ଏହି ସମସ୍ୟା ଦୂର ହେବ । ରାଜ୍ୟକୁ ବର୍ତ୍ତମାନ ଆଳୁ ଟ୍ରକ ଆସିବା ପରେ ବିଜେଡି ଓ ବିଜେପି ନେତାଙ୍କ ମଧ୍ୟରେ କଥାକଟାକଟି ଚାଲିଛି । ବିଜେଡିର ବରିଷ୍ଠ ନେତା ଦେବୀ ମିଶ୍ର କହିଛନ୍ତି ଯେ ନବୀନ ପଟ୍ଟନାୟକ ମମତାଙ୍କୁ ଚିଠି ଲେଖିବା ପରେ ରାଜ୍ୟରେ ଆଳୁ ସମସ୍ୟା ସ୍ୱାଭାବିକ ହୋଇଛି । ଅନ୍ୟପଟେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ନବୀନଙ୍କ ଚିଠିକୁ ତାଚ୍ଛଲ୍ୟ କରି କହିଛନ୍ତି ଯେ ଏହି ଶସ୍ତା ରାଜନୀତି କରୁଛନ୍ତି ନବୀନ ପଟ୍ଟନାୟକ । ଏତେସାରା କଥା ଭିତରେ ନବୀନଙ୍କ ଚିଠି ନା ମୋହନଙ୍କ ଟ୍ୱିଟ କେଉଁଥିରେ ଅଧିକା ପାୱାର ଅଛି ସେ ନେଇ ଏବେ ଖୁବ ଚର୍ଚ୍ଚା । ତେବେ ମମତା ଦିଦି କାହା କଥା ଶୁଣିଲେ ନବୀନଙ୍କର ନା ମୋହନ ସେ ନେଇ କେବେ ସ୍ପଷ୍ଟତା ମିଳୁଛି ତାହାର ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *