କାହା ହାତକୁ ଯିବ ସୁକିନ୍ଦା ?

କାହା ହାତକୁ ଯିବ ସୁକିନ୍ଦା ?

ସ୍ୱାଭିମାନର ମାଟି ଯାଜପୁର ଜିଲ୍ଲାର ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ମଣ୍ଡଳୀ ହେଉଛି ସୁକିନ୍ଦା । ଏଠାର ଚାଲିଛି ଘଡେଇ ପରିବାରର ଶାସନ । ହଁ ଆଜ୍ଞା 1990 ମସିହାରୁ ସୁକିନ୍ଦାରେ ଚାଲିଛି ଘଡେଇ ପରିବାରର ରାଜ । ଖଣିଖାଦାନ ଭରା ଏହି ଆସନରେ ତିନି ଦଳର ନେତା ମାନଙ୍କ ନଜର ରହିଛି । କିନ୍ତୁ ଦୀର୍ଘ ତିନି ଦଶନ୍ଧି ଧରି ବିଜୁ ଜନତା ଦଳ କୌଣସି ବି ଦଳକୁ ଏହି ଆସନ ପାଇଁ ବାଟ ଛାଡିନାହିଁ । ଯେଉଁଥିପାଇଁ 24 ନିର୍ବାଚନରେ ରୋଚକ ହେବାକୁ ଯାଉଛି ସୁକିନ୍ଦା ଲଢେଇ । ପ୍ରଥମେ 2009 ମସିହାରେ କରୋଇ ନିର୍ବାଚନ ମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ହୋଇ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ପ୍ରୀତିରଞ୍ଜନ ଘ଼ଡେଇ । ଏହାପରେ 2014 ନିର୍ବାଚନରୁ ବାପାଙ୍କ ଗଡ ସମ୍ଭାଳିବାକୁ ସୁକିନ୍ଦାରେ ମଇଦାନକୁ ଓହ୍ଲାଇଥିଲେ ପ୍ରୀତିରଞ୍ଜନ । ଚଳିତ ନିର୍ବାଚନ ପାଇଁ ପୁଣିଥରେ ତାଙ୍କୁ ଭରସା କରି ବିଜେଡି ସେହି ଆସନରୁ ପ୍ରାର୍ଥୀ କରାଇଛି । ଅନ୍ୟପଟେ ବିଜେପି ମଧ୍ୟ ବିଭିନ୍ନ ମୁଦ୍ଧାକୁ ନେଇ ମଇଦାନକୁ ଓହ୍ଲାଇଛି । ବିଜେଡିର ଗଡ ସୁକିନ୍ଦା ଭେଦ କରିବାକୁ ବିଜେପି ନେତା ମାନେ ରଣନୀତି ପ୍ରସ୍ତୁତ କରୁଛନ୍ତି । ଖଣି ଖାଦାନ ଭରା ସୁକିନ୍ଦାରେ ରହିଛି ପୁଳା ପୁଳା ସମସ୍ୟା ଯାହାକୁ ମୁଦ୍ଧା କରି ଭାରତୀୟ ଜନତା ପାର୍ଟି ଲୋକଙ୍କ ପାଖରେ ପହଞ୍ଚୁଛି ଏବଂ ବିଜେଡିର ଗଡ ଭାଙ୍ଗିବାକୁ ଚେଷ୍ଟା କରୁଛି । ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ ନେତୃତ୍ୱଙ୍କ ତୁହା କୁ ତୁହା ଓଡିଶା ଗସ୍ତ ମଧ୍ୟ ଓଡିଶାବାସୀଙ୍କ ଉପରେ କିଛି ପ୍ରଭାବ ପକାଉଛି । ସୁକିନ୍ଦାରେ ପରିବାରବାଦର ଶାସନକୁ ହଟାଇବାକୁ ବିଜେପି ଏଠାରେ ପ୍ରଦୀପ ବଳସାମନ୍ତଙ୍କୁ ପ୍ରାର୍ଥୀ କରାଇଛି । କିନ୍ତୁ ଘଡେଇ ପରିବାରର ଗଡକୁ ଭାଙ୍ଗିବା ହୁଏତ ଭାରତୀୟ ଜନତା ପାର୍ଟି ପାଇଁ ସହଜ ନ ହୋଇପାରେ । ବିଜେପି ପ୍ରାର୍ଥୀ ପ୍ରଦୀପ ବଳସାମନ୍ତ ସୁକିନ୍ଦା ବାସୀଙ୍କ ଗଦା ଗଦା ସମସ୍ୟାର ସମାଧାନ କରିବାର ପ୍ରତିଶ୍ରୁତି ଦେଇ ଲୋକମାନଙ୍କ ପାଖରେ ପହଞ୍ଚୁଛନ୍ତି ଏବଂ ନିଜର ସଙ୍ଗଠନକୁ ସୃଦୁଢ କରୁଛନ୍ତି । ତେବେ ଚଳିତ ନିର୍ବାଚନରେ କିଏ ମାରିବ ସୁକିନ୍ଦା ବାଜି, ପରିବାରଶାସନ ଭାଙ୍ଗି ନିଜ ବିଜୟର ପତାକା ଉଡାଇବାରେ କେତେ ସଫଳ ହେଉଛି ବିଜେପି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *