କାହିଁକି ଅସନ୍ତୋଷ ମନମୋହନ ?

କାହିଁକି ଅସନ୍ତୋଷ ମନମୋହନ ?

ସମୟ କହିବ ଦୁନିଆ ଦେଖିବ ବିଜେପିରେ ସାମିଲ ହେବା ସମୟରେ ଏପରି କିଛି କହିଲେ ପ୍ରଶାନ୍ତ,ପଦ୍ମ ଧରୁ ଧରୁ ନବୀନଙ୍କ ଉପରେ ବର୍ଷିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ବହୁ ଜନ ବିରୋଧି କାର୍ଯ୍ୟକୁ ନେଇ ସୁପ୍ରିମୋ ତାଙ୍କୁ ଦଳରୁ ବହିଷ୍କୃତ କରିଥିଲେ । ଏବେ ସେ ପଦ୍ମ ଧରିବା ପରେ ବିଜେପିର ବଳ ବଢିବ ନା ବିଜେପି ପାଇଁ କାଳ ସାଜିବେ ତାହା ଉପରେ ସମସ୍ତଙ୍କର ନଜର ରହିଛି । ଯେଉଁ ବିଜେପି ନେତୃତ୍ୱ ମାନେ ଦିନେ ତାଙ୍କୁ ବିରୋଧ କରୁଥିଲେ ସେହି ନେତୃତ୍ୱ ଆଜି ତାଙ୍କୁ ନିଜ ଦଳରେ ସାମିଲ କରାଇଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏହି ମହା ମିଶ୍ରଣ ପର୍ବରେ କାହିଁକି ଯୋଗ ଦେଇନଥିଲେ । ପ୍ରଶାନ୍ତଙ୍କ ଭଳି ଜଣେ ଦୁର୍ନୀତି ଗସ୍ତ ନେତା ଦଳରେ ସାମିଲ ହେବା ନେଇ ଅସନ୍ତୋଷ ରହିଛନ୍ତି କି ମନମୋହନ ।

author

Related Articles

Leave a Reply

Your email address will not be published. Required fields are marked *